ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଡ୍ରିମଗାର୍ଲ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଅଭିନେତ୍ରୀ ହେମାମାଳିନୀ। ତାଙ୍କ ଅଭିନୟର ଯାଦୁରେ ଦିଓ୍ୱାନା ହୋଇଛନ୍ତି ଲକ୍ଷ ଲକ୍ଷ ଦର୍ଶକ। ଆଜି ଏହି ଅଭିନେତ୍ରୀ ନିଜର ୭୧ତମ ଜନ୍ମଦିନ ପାଳୁଛନ୍ତି।

୧୯୪୮ ମସିହା ଅକ୍ଟୋବର ୧୬ ତାରିଖ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ହେମାମାଲିନୀ। ସେ ତାଙ୍କ ଅଭିନୟ କ୍ୟାରିୟର ମଧ୍ୟରେ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କର ଏମିତି ଗୋଟିଏ ଫିଲ୍ମ ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୫ ଥର ଦେଖିଥିଲେ।

ବାଜପେୟୀଙ୍କୁ ୧୯୭୨ ମସିହାରେ ରିଲିଜ୍‍ ହୋ‍ଇଥିବା ‘ସୀତା ଓ ଗୀତା’ ଚଳଚ୍ଚିତ୍ର ବହୁତ ପସନ୍ଦ ଆସିଥିଲା। ସେ ସେହି ସିନେମାକୁ ୨୫ ଥର ଦେଖିଥିଲେ। ଏହି କଥା ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ ନିଜେ ହେମାମାଳିନୀ। ଏହି ସିନେମାର ନିର୍ଦ୍ଦେଶନା ରମେଶ ସିପ୍ପୀ ଦେଇଥିଲେ।

ହେମା ଏହି ଫିଲ୍ମରେ ଡବଲ ରୋଲ କରୁଥିବାର ନଜର ଆସିଥିଲେ। ଧର୍ମେନ୍ଦ୍ର, ସଞ୍ଜୀବ କୁମାରଙ୍କ ଭଳି ଅଭିନେତାଙ୍କୁ ମଧ୍ୟ ଏହି ସିନେମାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ପାଇଁ ହେମାଙ୍କୁ ଫିଲ୍ମଫେୟାର ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ମିଳିଥିଲା।

Comment