ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ଉନ୍ନତ କରାଯାଉଛି ବୋଲି ସରକାରଙ୍କ ବାରମ୍ବାର ଦାବି ସତ୍ତ୍ୱେ ବିଭିନ୍ନ ଶିକ୍ଷକ ତାଲିମ ଅନୁଷ୍ଠାନଗୁଡ଼ିକରେ ଶିକ୍ଷକଙ୍କ ଅଭାବ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ମୋଟ ୮୦ଟି ଶିକ୍ଷକ ତାଲିମ କେନ୍ଦ୍ର ପାଇଁ ୧୩୫୦ ଫାକଲ୍ଟି ପଦ ଗୃହୀତ ହୋଇଥିଲା ବେଳେ ଏଗୁଡିକ ପୂରଣ ହୋଇପାରୁନାହିଁ।

ବର୍ତ୍ତମାନ ପ୍ରାୟ ୮୦୦ ପଦ ଖାଲି ପଡ଼ିଛି। ସେହିଭଳି ନନ୍ ଟିଚିଂ ପୋଷ୍ଟ କ୍ଷେତ୍ରରେ ବି ଏକା ସମସ୍ୟା। ଏହି ଶ୍ରେଣୀରେ ୧୯୭୬ ପଦ ପାଇଁ ମାତ୍ର ୫୩୮ ଜଣ ଅଛନ୍ତି।

ରାଜ୍ୟରେ ଦୁଇଟି  ଆଡଭାନ୍ସଡ୍‌ ଷ୍ଟଡ଼ିଜ୍ ଅନୁଷ୍ଠାନ ବ୍ୟତୀତ ୧୦ଟି କଲେଜ ଅଫ ଟିଚର ଏଜୁକେସନ, ଦୁଇଟି ଟ୍ରେନିଂ କଲେଜ, ଗୋଟିଏ ହିନ୍ଦୀ ଶିକ୍ଷକ ତାଲିମ କେନ୍ଦ୍ର, ୩୦ଟି ଡିଆଇଇଟି ବା ଜିଲ୍ଲା ଶିକ୍ଷକ ତାଲିମ କେନ୍ଦ୍ର, ୪ଟି ବ୍ଲକ ଶିକ୍ଷକ ତାଲିମ ଅନୁଷ୍ଠାନ ଓ ୩୧ଟି ଏଲିମେଣ୍ଟାରୀ ଟିଚର ଏଜୁକେସନ ଇନଷ୍ଟିଚ୍ୟୁଟ ରହିଛି।

ଏହି ସବୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଓ ଶିକ୍ଷକ ଅଧ୍ୟାପକ ମାନଙ୍କୁ ପ୍ରମାଣପତ୍ର ବି ଦିଆଯାଇଥାଏ। ପ୍ରାୟ ସବୁ ତାଲିମ ଅନୁଷ୍ଠାନରେ ଫାକଲ୍ଟି ଅଭାବ ଯୋଗୁଁ ତାଲିମ କାର୍ଯ୍ୟକ୍ରମ ସୁଚାରୁ ରୂପେ ତୁଲାଇବା ଅସମ୍ଭବ ହୋଇପଡିଛି।ଦୀର୍ଘ ବର୍ଷ ଧରି ଡିଆଇଇଟି ଓ ବିଆଇଇଟିର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବା ଜଣାପଡିଛି।

Comment