ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ କିଛି ବାପ-ପୁଅଙ୍କ ଯୋଡ଼ି ଅଛି ଯେଉଁମାନେ ଫିଲ୍ମ ଜଗତରେ ଖୁବ୍‌ ନାଁ କମାଇଛନ୍ତି। ଏହି ଷ୍ଟାରଙ୍କ ମଧ୍ୟରେ ଧର୍ମେନ୍ଦ୍ର-ସନି ଦେଓଲ, ବୀରୁ ଦେବଗନ-ଅଜୟ ଦେବଗନ, ଜ୍ୟାକି ଶ୍ରଫ୍‌-ଟାଇଗର, ରିଷି କପୁର-ରଣବୀର କପୁରଙ୍କ ନାଁ ରହିଛି।

ବୀରୁ ବଲିଉଡରେ ଜଣେ ଷ୍ଟଣ୍ଟ ନିର୍ଦ୍ଦେଶକ ଭାବେ ନାଁ କମେଇଥିଲା ବେଳେ ତାଙ୍କ ଅଜୟ ଦେବଗନ ଜଣେ ସଫଳ ଅଭିନେତା ଭାବେ ନାଁ କରିଛନ୍ତି।

ସେହିପରି ଧର୍ମେନ୍ଦ୍ର ତାଙ୍କ ସମୟରେ ବଲିଉଡରେ ରାଜ୍‌ କରୁଥିଲା ବେଳେ ତାଙ୍କ ସନି ଓ ବବି ମଧ୍ୟ ବଲିଉଡରେ ଖୁବ୍‌ ନାଁ କରିଛନ୍ତି।

ଜ୍ୟାକି ତାଙ୍କ ଫିଲ୍ମ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏବେ ତାଙ୍କ ପୁଅ ଟାଇଗର ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି।

ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୀର୍ଘଦିନରୁ ଅଭିନେତା ରିଷି କପୁର ଅଭିନୟରୁ ଦୂରେଇ ରହିଛନ୍ତି। ହେଲେ ତାଙ୍କ ଯୁବାବସ୍ଥାରେ ଦମଦାର ଅଭିନୟ କରି ସେ ଦର୍ଶକଙ୍କୁ ଦିଓ୍ୱାନା କରିଥିଲେ। ଏବେ ତାଙ୍କ ପୁଅ ରଣବୀର କପୁର ବଲିଉଡରେ ବେଶ ନାଁ କରୁଛନ୍ତି।

Comment