ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳିଲା ଅଭିନେତା  ସୁରଜ ପାଞ୍ଚୋଲିଙ୍କ ଅପକମିଂ ଫିଲ୍ମ ‘ସାଟେଲାଇଟ୍ ଶଙ୍କର୍’ର ରିଲିଜ ଡେଟ୍‌। ନିଦ୍ଧାରିତ ତାରିଖଠାରୁ ଫିଲ୍ମକୁ ଜଲ୍‌ଦି ରିଲିଜ କରାଯିବ। ପୂର୍ବରୁ ନଭେମ୍ବର ୧୫ରେ ଫିଲ୍ମ ରିଲିଜ ପାଇଁ ଡେଟ୍‌ ନିର୍ଦ୍ଧାରିତ ହୋଇଥିଲା। ହେଲେ ବର୍ତ୍ତମାନ ନଭେମ୍ବର ୮ରେ ରିଲିଜ ହେବ ଫିଲ୍ମ ‘ସାଟେଲାଇଟ୍ ଶଙ୍କର୍’।

ଇର୍‌ଫାନ୍ କମଲ୍ ନିର୍ଦ୍ଦେଶିତ ସାଟେଲାଇଟ୍ ଶଙ୍କରରେ ସୁରଜଙ୍କୁ ଜଣେ ଆର୍ମି ଅଫିସର୍‌ଙ୍କ ଭୂମିକାରେ ଦେଖିବାକୁ ମିଳିବ। ଦେଶ ସୁରକ୍ଷା ଲାଗି ଆର୍ମି ଯବାନମାନେ କିପରି ସଂଘର୍ଷ କରୁଛନ୍ତି ଓ ତାଙ୍କର କିଭଳି ସଂଘର୍ଷମୟ ଜୀବନ ତାହା ଏହି ଫିଲ୍ମରେ ଦର୍ଶାଯାଇଛି।

ଭୂଷଣ କୁମାର, ମୁରାଦ୍ ଖେତାନୀ, କ୍ରିଷ୍ଣ କୁମାର ଏବଂ ଅଶ୍ୱିନ୍ ୱାର୍‌ଦେଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ‘ସାଟେଲାଇଟ୍ ଶଙ୍କର’ ସିନେମା। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ସହିତ ଅଭିନେତା ସୁରଜ ପାଞ୍ଚୋଲି ମଧ୍ୟ ଉତ୍ସାହିତ ଅଛନ୍ତି। କାହିଁକି ନା ଦୀର୍ଘ ୪ ବର୍ଷ ପରେ ‘ସାଟେଲାଇଟ୍ ଶଙ୍କର’ ଜରିଆରେ ବଲିଉଡ୍‌କୁ ଫେରିଛନ୍ତି ସୁରଜ।

Comment