ଓଡ଼ିଶାଲାଇଭ ବ୍ୟୁରୋ

‘ମୋ ସରକାର’ ପରେ ଏବେ ଆରମ୍ଭ ହେବ ‘ମୋ ପରିବାର’ କାର୍ଯ୍ୟକ୍ରମ। ଏନେଇ ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବେଶ ସୁରକ୍ଷା, ରକ୍ତଦାନ ଓ ବିପିନ୍ନ ଓଡ଼ିଆଙ୍କୁ ସହାୟତା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହାସହ ବିଦେଶରେ ରହି କାମ କରୁଥିବା ଓଡ଼ିଆଙ୍କୁ ବିପଦରେ ସାହାଯ୍ୟ କରିବାକୁ ଗୁରୁତ୍ଵ ଦିଆଯିବ।

ଏହି କାର୍ଯ୍ୟକ୍ରମର ପୂର୍ବତନ ମୁମ୍ବାଇ ପୋଲିସ ଅରୁପ ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ଵ ଦିଆଯାଇଛି। ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମହାକାଳପଡ଼ା ବିଧାୟକ ଅତନୁସବ୍ୟସାଚୀ ନାୟକ ଓ ବରିଷ୍ଠ ନେତା ନଳିନୀକାନ୍ତ ପ୍ରଧାନଙ୍କୁ ସହ ଆବାହାକ ଦାୟିତ୍ଵ ଦିଆଯାଇଛି।

ପୂର୍ବରୁ ରାଜ୍ୟ ସରାକରଙ୍କ ଦ୍ଵାରା ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ଡାକ୍ତରଖାନା ଓ ଥାନାରେ ଲୋକଙ୍କୁ କିପରି ସେବା ମିଳୁଛି, ସେ ବିଷୟରେ ଜାଣିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି।

Comment