ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ଶୁକ୍ରବାର ଏକ ସଦିଗ୍ଧ ବ୍ୟାଗ ମିଳିଛି। ବ୍ୟାଗ ମିଳିବା କ୍ଷଣି ସୁରକ୍ଷାକର୍ମୀ ବ୍ୟାଗଟିକୁ ଜବତ କରିଛନ୍ତି।

ଏହାକୁ ନେଇ ବିମାନବନ୍ଦରରେ କର୍ମଚାରୀ ଓ ଯାତ୍ରୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଶୁକ୍ରବାର ଭୋର ୩ଟାରେ ଏୟାରପୋର୍ଟରେ ଏକ ସଦିଗ୍ଧ ବ୍ୟାଗ ଥିବା ନେଇ ସୂଚନା ମିଳିଥିଲା । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Comment