ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ ବାଦଶାହା ଶାହାରୁଖ୍ ଖାନ୍‌ ଆଜି ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରି ଶାହରୁଖ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

“ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଶାହାରୁଖ୍। ଆପଣ ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବସଡର୍‌ ହୋଇଥିବାରୁ ଆମେ ଗର୍ବିତ। ଏମିତି ହିଁ ନିଜ ଫିଲ୍ମ ଜରିଆରେ ଆମର ମନୋରଞ୍ଜନ କରୁଥା’ନ୍ତୁ”, ଇଂରାଜୀ ଓ ବଙ୍ଗଳା ଭାଷାରେ ଏକ ଟୁଇଟ କରିଛନ୍ତି ମମତା।

୨୫ତମ ଅନ୍ତଃରାଷ୍ଟ୍ରୀୟ କଲିକତା ଫିଲ୍ମ ମହୋତ୍ସବରେ ଭେଟ ହେବ ବୋଲି ମଧ୍ୟ ଟୁଇଟରେ ଲେଖିଛନ୍ତି ମମତା।

ଆସନ୍ତା ୮ ନଭେମ୍ବରରେ ହେବାକୁ ଥିବା ୨୫ତମ ଅନ୍ତଃରାଷ୍ଟ୍ରୀୟ କଲିକତା ଫିଲ୍ମ ମହୋତ୍ସବକୁ ମମତା ବାନାର୍ଜୀ ଉଦ୍‌ଘାଟନ କରିବେ।  ଫିଲ୍ମ ମହୋତ୍ସବରେ ହୋଷ୍ଟ୍‌ କରିବେ ଶାହାରୁଖ୍‌। ଏଥିରେ ଶାହାରୁଖ୍‌ଙ୍କ ସମେତ ବଲିଉଡ୍‌ର ବହୁ ବିଶିଷ୍ଟ ତାରକାମାନେ ଯୋଗ ଦେବେ।

Comment