ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲିଜ ହେଲା ଐତିହାସିକ ସିନେମା ‘ପାନପଥ’ର ଟ୍ରେଲର।  ପାନିପଥର ତୃତୀୟ ଯୁଦ୍ଧ ଉପରେ ଆଧାରିତ ହୋଇଛି ଏହି ଫିଲ୍ମର କାହାଣୀ। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଅର୍ଜୁନ କପୁର, ସଞ୍ଜୟ ଦତ୍ତ ଓ ଅଭିନେତ୍ରୀ କୃତି ସନନ।

୩ ମିନିଟ୍‌ ୧୪ ସେକେଣ୍ଡର ଟ୍ରେଲରରେ ଅର୍ଜୁନ ଓ ସଞ୍ଜୟ ଦତ୍ତଙ୍କ ଦମଦାର ଡାଇଲଗ୍‌ ଦେଖିବାକୁ ମିଳିଛି।  ରିଲିଜ ହେବାର କିଛି ସମୟ ମଧ୍ୟରେ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି।

୧୭୬୧ ମସିହାରେ ମରାଠୀ ଶାସକ ସଦାଶିବ ରାଓ ଓ ଆଫଗାନି ଶାସକ ଅହମ୍ମଦ ଶାହ ଦୁରାନୀଙ୍କ ଭିତରେ ହେଇଥିବା ଯୁଦ୍ଧ ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ।

ଏହି ଫିଲ୍ମରେ ମରାଠୀ ଶାସକ ସଦାଶିବ ରାଓଙ୍କ ଚରିତ୍ରରେ ଅର୍ଜୁନ କପୁର ରହିଛନ୍ତି। ସେହିଭଳି ଆଫଗାନି ଶାସକ ଅହମ୍ମଦ ଶାହ ଦୁରାନୀ ଚରିତ୍ରରେ ଦର୍ଶକ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ପାଇବେ।

Comment