ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏସ୍‌ଆଇ ହନିଟ୍ରାପରେ ପଡ଼ିଛନ୍ତି ୨ ଜଣ ଓଡ଼ିଆ ଯବାନ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ଜଣେ ମହିଳା ଏଜେଣ୍ଟଙ୍କୁ ସୋସିଆଲ ମିଡିଆରେ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଓଡ଼ିଆ ଯବାନ ବିଚିତ୍ର ବେହେରା।

ମହିଳାଙ୍କ ସହ ଗତ ୨ ବର୍ଷ ହେଲା ଯବାନ ଜଣକ ମହିଳାଙ୍କ ସଂପର୍କରେ ଥିଲେ।

ଯବାନଙ୍କ ଘର ଗଞ୍ଜମ ଜିଲ୍ଲା ହିଞ୍ଜିଳିରେ ଜଣାପଡ଼ିଛି। ସିବିଆଇ, ଆଇବିର ମିଳିତ ଉଦ୍ୟମରେ ଯବାନ ଜଣକ ରାଜସ୍ଥାନରୁ ଗିରଫ ହୋଇଛନ୍ତି। ରାଜସ୍ଥାନ ପୋଲିସ ତାଙ୍କୁ ୫ ଦିନ ରିମାଣ୍ଡରେ ନେଇଛନ୍ତି। ପୋଖରାନରେ ନିୟୋଜିତ ବିଚିତ୍ର ସେନା ଶିବିର ଓ ସୀମା ସଂପର୍କିତ ସୂଚନା ଦେଇଥିବା ସନ୍ଦେହ କରାଯାଉଛି।

Comment