ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ସୋମବାର ଛାତ୍ରଙ୍କ ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଛି। ଫି’ ବୃଦ୍ଧି ପ୍ରତ୍ୟାହାର ସହ ବହୁ ଦାବି ନେଇ ଅଡିଟୋରିୟମ ବାହାରେ ଛାତ୍ର ବିକ୍ଷୋଭ କରୁଛନ୍ତି।

କଲେଜରେ ଆଜି ସମାବର୍ତ୍ତନ ଉତ୍ସବ ଆୟୋଜିତ ହେଉଥିଲା ବେଳେ ଜେଏନ୍‌ୟୁ ଛାତ୍ର ସଂଘ ଏହାକୁ ବର୍ଜନ କରିବା ସହ ଆନ୍ଦୋଳନ କରୁଛନ୍ତି। ଛାତ୍ର ଅଶାନ୍ତି ରୋକିବାକୁ ଦିଲ୍ଲୀ ପୋଲିସ ଓ ବହୁ ସଂଖ୍ୟକ ସିଆରପିଏଫ୍‌ ଯବାନ ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ୍‌ ଛାତ୍ର ମୁହାଁମୁହିଁ ହୋଇଛନ୍ତି।

ଏହି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comment