ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ଲୋକ ଅଣ୍ଡା ଖାଇବାକୁ ବେଶ୍‌ ଭଲ ପାଆନ୍ତି। ଖାସ୍ କରି ଶୀତଦିନେ ଅଣ୍ଡା ଖାଇବାକୁ ଲୋକେ ଭଲ ପାଆନ୍ତି।

ଏହାକୁ ବିଭିନ୍ନ ପ୍ରକାର ଖିଆଯାଇପାରେ। ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ୱ ଥାଏ। ଏହାକୁ ସଠିକ ମାତ୍ରାରେ ଓ ଢଙ୍ଗରେ ଖାଇଲେ ସ୍ୱାସ୍ଥ୍ୟପ୍ରତି ହିତକର ହୋଇଥାଏ। ଅତ୍ୟଧିକ ଅଣ୍ଡା ଖାଇବା ଆପଣଙ୍କ ପାଇଁ ହାନିକାରକ ହୋଇପାରେ।

 ଆସନ୍ତୁ ଜାଣିବା ଗୋଟିଏ ଦିନରେ କେତୋଟି ଅଣ୍ଡା ଖାଇବା ଆବଶ୍ୟକ।

ଋତୁ ଅନୁସାରେ ଅଣ୍ଡାର ପରିମାଣ ଓ ଖାଇବାର ସମୟ ନିର୍ଦ୍ଧାରଣ କରିପାରିବେ। ଖରାଦିନେ ଆପଣ ଦିନକୁ ୨ଟି ଅଣ୍ଡା ଖାଇପାରିବେ।

ଶୀତିଦିନରେ ଆଉ ଗୋଟିଏ ବା ୨ଟି ଅଧିକ ଖିଆଯାଇପାରେ। ଅଧିକ ଅଣ୍ଡା ଖାଇବାଦ୍ୱାରା ଓଜନ ବଢିବା ସହ ଏଲର୍ଜିର ବି ସମ୍ଭାବନା ଥାଏ।

ସକାଳେ ୱାର୍କଆଉଟ୍ ପରେ ଜଳଖିଆରେ ଅଣ୍ଡା ଖାଇଲେ ଦିନସାରା ଫୁର୍ତ୍ତି ଅନୁଭବ ହୋଇଥାଏ।

Comment