ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଦନ ପକ୍ଷରୁ ଗଣକବିଙ୍କର ୧୩୭ତମ ଜୟନ୍ତୀ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ପଞ୍ଚାୟତିରାଜ ମନ୍ତ୍ରୀ ତଥା ସ୍ମୃତି ସଂସଦ ସଭାପତି ପ୍ରତାପ ଜେନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇଥିଲେ।

ଏହି ସମାରୋହରେ ଗଣେଶୀ ଲାଲ କହିଥିଲେ, ‘‘କବିମାନେ ନିଜେ ଜଳି ଜ୍ଞାନ ରୂପକ ଆଲୋକରେ ସମାଜକୁ ଆଲୋକିତ କରିଥା’ନ୍ତି। କେବଳ ରାଜ୍ୟ ନୁହେଁ ସମଗ୍ର ଦେଶକୁ ସେମାନେ ନିଜ କବିତା ମାଧ୍ୟମରେ ଆଲୋକିତ କରିଥା’ନ୍ତି। ତାଙ୍କର ସମସ୍ତ ଅପ୍ରକାଶିତ ଲେଖା ପ୍ରକାଶିତ ହେଲେ, ତାହା ହିଁ ବିରଳ ପ୍ରତିଭାଙ୍କ ପ୍ରତି ସମୁଚିତ ସମ୍ମାନ ହେବ।’’

‘‘ଗୀତିନାଟ୍ୟର ସୃଷ୍ଟିକର୍ତ୍ତା ବୈଷ୍ଣବ ପାଣିଙ୍କ ସାହିତ୍ୟ କେବଳ ମନୋରଞ୍ଜନ ପାଇଁ ନଥିଲା ବରଂ ପ୍ରାକ୍‌ ସ୍ୱାଧୀନତା କାଳରେ ଜନ ଆନ୍ଦୋଳନ ସୃଷ୍ଟି କରୁଥିଲା। ନାଟକ ଆୟୋଜନ କରିବା କଥା ଉଠିଲେ ଇଂରେଜ ସରକାର ୧୪୪ ଧାରା ଜାରି କରୁଥିଲେ। ଏବେ ବି ତାଙ୍କର ଲେଖା ଅପ୍ରକାଶିତ ହୋଇ ରହିଛି। ବୈଷ୍ଣବ ପାଣିଙ୍କ କିଛି ଲେଖା ଏବେ ବି ଅପ୍ରକାଶିତ ହୋଇ ରହିଛି’’ , କହିଥିଲେ ପ୍ରତାପ ଜେନା।

ଏହି ଅବସରରେ ପୂର୍ବତନ ବାଚସ୍ପତି ଶରତ କରଙ୍କୁ ମାହାଙ୍ଗା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କୁ ଗଣକବି ସମ୍ମାନ କରାଯାଇଥିଲା।

Comment