ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ରାୟଗଡ଼ାରେ ୫୮ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ରାୟଗଡ଼ା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଫାର୍ମାସୀ ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି।

ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ଚିକିତ୍ସାଜନିତ ସଚେତନତା ବାର୍ତ୍ତା ଦେଇ ସ୍ଥାନୀୟ ଗଜପତି ଛକଠାରୁ ବାହାରି ବସ୍‍ଷ୍ଟାଣ୍ଡ ଛକ ଦେଇ ଷ୍ଟେଟ୍‍ ବ୍ୟାଙ୍କ ମୁଖ୍ୟ ଶାଖା ଛକ ଠାରେ ପହଞ୍ଚିଥିଲେ।

ଔଷଧ ମାତ୍ରାଧିକ ବ୍ୟବହାର ନ କରିବା, ରୋଗ ବ୍ୟାପିବା ପୂର୍ବରୁ ସଚେତନ ହେବା, ସୁରକ୍ଷିତ ଉପଚାର କରିବା ଓ ନିଜେ ସ୍ୱଚ୍ଛ ରହିବା ସହ ନିଜ ଚତୁଃପାଶ୍ୱର୍କୁ ସ୍ୱଚ୍ଛ ରଖିବା ଇତ୍ୟାଦି ନାରା ଦେଇ ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିଥିଲେ।

ଏହି ଅବସରରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଫାର୍ମାସୀ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ଅଧ୍ୟାପକ ଦୀପଙ୍କର ରଥ, ନିହାରରଞ୍ଜନ କର, ଏଲ.ଅଲିକକୁମାର, ସୁକାନ୍ତ ଶତପଥି ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Comment