ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ ସୁଦ୍ଧା ଓଡ଼ିଶାରେ ଖୋଲିବ ଆଉ ୩୬ଟି ଆଦର୍ଶ ବିଦ୍ୟାଳୟ। ଏହି ବିଦ୍ୟାଳୟ ୩୬ଟି ବ୍ଲକରେ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

‘‘ରାଜ୍ୟସ୍ତରୀୟ ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏଠାରେ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯିବ। ପିଲାମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ’’, କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ବର୍ତ୍ତମାନ ଓଡ଼ିଶାରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ରହିଛି। ପିଲାମାନଙ୍କୁ ସିବିଏସ୍‌ଇ ଢାଞ୍ଚାରେ ପାଠ ପଢ଼ିବାର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ ଖୋଲିଥିଲେ।

Comment