ଓଡ଼ିଶାଲାଇଭ୍ ବ୍ୟୁରୋ

National Media Conclave

ସ୍ୱାଧୀନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକ ଉପଲକ୍ଷେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ଜାତୀୟ ମିଡିଆ କନ୍‌କ୍ଲେଭର ତୃତୀୟ ସଂସ୍କରଣ। ଗୁରୁବାର କେନ୍ଦ୍ର ସୂଚନା ଆୟୁକ୍ତ ବିମଲ ଜୁଲକା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ।

କମ୍ପୁଟରୀକରଣ ଓ ସୁଚନାପ୍ରଯୁକ୍ତି ବିଦ୍ୟାର ସମୟରେ ମଣିଷ ଉପରେ ମେସିନ ପ୍ରଭାବ ବିସ୍ଥାର କରିଛି। ବିଶେଷକରି ଯୋଗାଯୋଗ କ୍ଷେତ୍ରରେ ଏକ ଅଭୁତ ପ୍ରକାରର ପରିବର୍ତନ ଆସିଛି। ଏପରିକି ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାକୁ ଲୋକାଭିମୁଖି କରିବାପାଇଁ ଟେକ୍ନୋଲୋଜିର ଭୂମିକାକୁ ଗୁରୁତ୍ୱ ଦିଆଯାଉଛି ବୋଲି ଏହି ମିଡିଆ କନ୍‌କ୍ଲେଭରେ ଆଲୋଚନା ହୋଇଥିଲା।

National Media Conclave

ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ କହିଥିଲେ, “ସାମ୍ବାଦିକତାର ଡିଜିଟାଲାଇଜେସନ୍ ହେବା ଦ୍ୱାରା ଏଥିରେ ଦୃତ ପରିବର୍ତ୍ତନ ଆସିପାରିଛି। ଏହା ଭବିଷ୍ୟତରେ ମଧ୍ୟ ଆହୁରି ଆଗକୁ ବଢ଼ିବ।”

ମିଡିଆ କନ୍‌କ୍ଲେଭର ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାହାରର ଆଦାମସ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜଳ ଚୌଧୁରୀ, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା ଯୋଗଦେଇ ସେମାନଙ୍କର ଚିନ୍ତାଧାରା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ।

ଉଦଘାଟନୀ ଦିନରେ ଉତ୍କଳ ବିଶ୍ୱବିଦ୍ୟାଳଳୟର ପୂର୍ବତନ ଅଧ୍ୟାପକ ଅମରେଶ୍ୱର ମିଶ୍ର, ମାଡ୍ରାସ ବିଶ୍ୱବିଦ୍ୟାଳୟର ପ୍ରଫେସର  ଗୋପାଲନ ରବିନ୍ଦ୍ରନ ପ୍ରମୁଖ ଯୋଗଦେଇ ମିଥ୍ୟା ସାମ୍ବାଦିକତା ଓ ମିଥ୍ୟା ଅପପ୍ରଚାର ଉପରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ।

ସେହିପରି ବିଭିନ୍ନ ଅଧିବେଶନରେ ଜାମିୟା ମିଲିୟା ଇସଲାମିୟା ବିଶ୍ୱବିଦ୍ୟାଳୟର ପ୍ରଫେସର ବିଶ୍ୱଜିତ ଦାସ, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା, ପ୍ରଫେସର ଉଜ୍ଜଳ ଚୌଧୁରୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡକ୍ଟର ଜୟନ୍ତ ସ୍ୱାଇଁ, ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ଡକ୍ଟର ଅମ୍ବିକା ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମିଡିଆ କନ୍‌କ୍ଲେଭ୍‌ର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comment