ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଲୋକସଭାରେ ଏସପିଜି ସଂଶୋଧନ ବିଲ୍‌ ଉପସ୍ଥାପନ କରିଛନ୍ତି। ଏହି ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରିବା ସହ ବିଲ୍ ସଂପର୍କରେ ସୂଚନା ଦେଇଛନ୍ତି ଶାହ।

ସଂଶୋଧନ ବିଲ୍‌ ଅନୁସାରେ ଏସ୍‌ପିଜି ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ମିଳିବ। ଯେଉଁ ପରିବାର ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ଆବାସରେ ରହୁଥିବେ ସେହି ସଦସ୍ୟ କେବଳ ଏହି ସୁରକ୍ଷା ପାଇପାରିବେ।  କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୫ ବର୍ଷ ପାଇଁ ମିଳିବ ଏହି ଏସ୍‌ପିଜି ସୁରକ୍ଷା।

SPG ସୁରକ୍ଷା କ’ଣ?

ଏସପିଜି (ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ)ରେ ସର୍ବଶ୍ରେଷ୍ଠ ସୁରକ୍ଷା ବଳଙ୍କୁ ସାମିଲ କରାଯାଇଥାଏ। ଏହି ସୁରକ୍ଷା ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା। ଏଥିରେ କମାଣ୍ଡୋମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ମୁତୟନ ହୋଇଥାନ୍ତି। ଏହି ସୁରକ୍ଷା ବ୍ୟବସ୍ଥା ଗୃହ ମନ୍ତ୍ରାଳୟ ଅଧୀନରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଏସ୍‌ପିଜି ପାଖରେ ରହିଥାଏ। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ବି କିଛି ଦିନ ପାଇଁ ଏହି ସୁରକ୍ଷା ମିଳିଥାଏ। ପ୍ରଧାନମନ୍ତ୍ରୀ ପରିବାର ଲୋକ ଯେଉଁଠି ବି ରହିଲେ ତାଙ୍କୁ ଏହି ସୁବିଧା ମିଳିଥାଏ।

Comment