ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟର ସୁରତରେ ଜଣେ ଓଡ଼ିଆ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନୂଆଗଡ଼ ଗ୍ରାମର ଭଞ୍ଜକିଶୋର ରାଉତ। ଦୁର୍ବୃତ୍ତମାନେ ଶନିବାର ରାତି ୧୧ଟାରେ ଭଞ୍ଜକିଶୋରଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ତାଙ୍କ ଶରୀରରେ ୩୦ରୁ ଅଧିକ ଚୋଟ ଥିବା ଜଣାପଡ଼ିଛି।

ଘଟଣା ପରେ ମୃତକ ଭଞ୍ଜକିଶୋରଙ୍କ ବାପା ଭରତ ରାଉତ ସୁରତର ଆମ୍ରୋଲି ଥାନାରେ ଏତଲା ଦେଇଛନ୍ତି। ଏହାକୁ ଆଧାର କରି ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଭରତ ରାଉତ ୧୫ ବର୍ଷ ହୋଇଥଯିବ ସୁରତରେ ଏକ ସୂତା କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଭଞ୍ଜ ବି ତାଙ୍କ ପାଖରେ ରହୁଥିଲେ। ଭଞ୍ଜ ଶନିବାର ରାତିରେ ସାଙ୍ଗମାନଙ୍କ ସହ ଭୋଜି କରିଥିଲେ। ରାତି ସାଢ଼େ ୧୧ଟା ବେଳେ ଘରକୁ ଫେରୁଥିବା ବେଳେ ୫ରୁ୬ ଜଣ ଯୁବକ ଏକ ଅଟୋରେ ଆସି ତାଙ୍କୁ ଆକ୍ରମଣ କରିଥିଲେ।

Comment