ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ ଏନକାଉଣ୍ଟର ଘଟଣାରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭିସି ସଜ୍ଜନରଙ୍କୁ ଅସଲ ହିରୋ ବୋଲି ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ମଧ୍ୟ ସେ ଏବେ ଟ୍ରେଣ୍ଡିଙ୍ଗରେ ଅଛନ୍ତି। ଦେଶବ୍ୟାପି ଲୋକେ ତାଙ୍କୁ ପ୍ରଂଶସା କରୁଛନ୍ତି।

ଆସନ୍ତୁ ଜାଣିବା କିଏ ଏହି ଏନକାଉଣ୍ଟର ସ୍ପେଶାଲିଷ୍ଟ ଭିସି ସଜ୍ଜନାର୍?

ଭିସି ସଜ୍ଜନାର ୧୯୯୬ ବ୍ୟାଚର ଆଇପିଏସ୍‌ ଅଫିସର। ଜଣେ ଦବଙ୍ଗ ପୋଲିସ ଅଫିସର ଭାବେ ତାଙ୍କର ଖୁବ ନାଁ ରହିଛି। ଦେଢ଼ବର୍ଷ ପୂର୍ବେ ସେ ସାଇବରାବାଦ ପୋଲିସ କମିଶନର ଭାବେ ନିଯୁକ୍ତି ପାଇଥିଲେ।

ଏନକାଉଣ୍ଟର ମ୍ୟାନେ ମଧ୍ୟ ସେ ବେଶ୍‌ ପରିଚିତ। ୨୦୦୮ରେ ଓ୍ୱାରଙ୍ଗଲ କଲେଜରେ ଏକ ଛାତ୍ରୀଙ୍କୁ ଏସିଡ୍‌ ଫିଙ୍ଗା ଘଟଣାରେ ଯେତେବେଳେ ୩ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା ସେମାନେ ଦୌଡ଼ି ପଳେଇ ଯିବା ପାଇଁ ଉଦ୍ୟମ କରିଥିଲେ ଓ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ସେ ଚର୍ଚ୍ଚାକୁ ଆସିଥିଲେ।

ସଜ୍ଜନର ସ୍ପେଶାଲ ଇନଭେଷ୍ଟିଗେସନ ବ୍ରାଞ୍ଚ୍‌, ଡିଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଅନେକ ମାଓ ଅପରେସନରେ ସେ ନେତୃତ୍ୱ ନେଇଛନ୍ତି।

Comment