ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଶୀଘ୍ର ମିଳିବ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦଣ୍ଡ।

ଦେଶରେ ମହିଳା ଦୁଷ୍କର୍ମ ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ହାଇଦ୍ରବାଦ ଓ ଉନ୍ନାଓ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ତେବେ ଏଭଳି ପରିସ୍ଥିରେ ଦୋଷୀଙ୍କୁ ଯଥାଶୀଘ୍ର ଶାସ୍ତି ଦେବା ପାଇଁ ସରକାର ଦେଶରେ ୧୦୨୩ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ପାଇଁ ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି।

ରବି ଶଙ୍କର ପ୍ରସାଦ କହିଛନ୍ତି, “କେନ୍ଦ୍ର ସରକାର ସାରା ଦେଶରେ ୧୦୨୩ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ଯାଏଁ ୪୦୦ଟି କୋର୍ଟ ପ୍ରତିଷ୍ଠା ପାଇଁ ସହମତି ମିଳିଛି। ଏନେଇ ନ୍ୟାୟ ବିଭାଗ, ଆଇନ୍‌ ମନ୍ତ୍ରାଳୟ ଏବଂ ଭାରତ ସରକାର ଏହାରି ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିରେ ପୋକ୍‌ସୋ ମାମଲାର ମଧ୍ୟ ଶୁଣାଣି କରାଯିବ।”

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ ଉପସ୍ଥାପିତ ଏକ ଲିଖିତ ପ୍ରସ୍ତାବରେ କହିଛନ୍ତି, “ଏଥିପାଇଁ ମୋଟ ୭୬୭.୨୫ କୋଟି ଟଙ୍କା ବ୍ୟୟ ହେବାର ଆକଳନ କରାଯାଉଛି। ଏହାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ବହନ କରିବେ। ଏଥିପାଇଁ କେନ୍ଦ୍ର ସରକାର ୪୭୪ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ।”

Comment