ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀର ରାଣୀ ଝାନ୍‌ସୀ ରୋଡ୍‌ ଅନାଜ ମଣ୍ଡିସ୍ଥିତ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟଣାରେ ସୋମବାର ୨ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ବ୍ୟକ୍ତି ହେଲେ କାରଖାନାର ମାଲିକ ରେହାନ ଏବଂ ମ୍ୟାନେଜର ଫୁରକାନ। ଉଭୟଙ୍କୁ ଆଜି କୋର୍ଟ ପଠାଯିବ। ଏହି ଅଗ୍ନିକାଣ୍ଡ ପରେ କାରଖାନା ମାଲିକ ଫେରାର୍‌ ଥିଲେ।

କାରଖାନାଟି ବେଆଇନ ଭାବେ ଚାଲୁଥିବା ଉତ୍ତର ଦିଲ୍ଲୀର ଡିସିପି ମୋନିକା ଭରଦ୍ଵାଜ କହିଛନ୍ତି।

ଏହି ଭୟଙ୍କର ଅଗ୍ନିକାଣ୍ଡ ରବିବାର ସକାଳୁ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Comment