ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଉନ୍ନାଓର ପୂର୍ବତନ ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ତିସ୍‌ହଜାରୀ କୋର୍ଟ ଏହି ମାମଲାରେ ପୋକ୍ସୋ ଆଇନ ଏବଂ ଆଇପିସି ଧାରା ୩୭୬ରେ ତାଙ୍କୁ ଦୋଷୀ ସବ୍ୟସ୍ତ କରିଛନ୍ତି। ସେଙ୍ଗରଙ୍କ ନାଁରେ ମୋଟ ୫ଟି ମାମଲା ହୋଇଥିଲା। ମାତ୍ର ଗୋଟିଏ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଡିସେମ୍ବର ୧୯ରେ କୁଳଦୀପଙ୍କୁ ଦଣ୍ଡବିଧାନ ନେଇ କୋର୍ଟରେ ଶୁଣାଣି ହେବ।

୨୦୧୭, ଜୁନ ୪ରେ ନାବାଳିକାଙ୍କୁ ଚାକିରି ଲୋଭ ଦେଖାଇ ଅପହରଣ କରି ଦୁଷ୍କର୍ମ କରିଥିଲେ କୁଳଦୀପ ଓ ତାଙ୍କର ଦୁଇ ଭାଇ। ଏହାପରେ କୁଳଦୀପଙ୍କୁ ବିଜେପି ଦଳରୁ ବହିଷ୍କାର କରିଥିଲା।

ଗତବର୍ଷ ଏପ୍ରିଲ ମାସରେ ଆଲ୍ଲାହାବାଦ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ସେଙ୍ଗରଙ୍କୁ ଗିରଫ କରିଥିଲା। ଏବେ ସେ ଦିଲ୍ଲୀ ତିହାର ଜେଲରେ ଅଛନ୍ତି।

୨୦୧୯, ଜୁଲାଇ ମାସରେ ପୀଡ଼ିତା ନିଜ ପରିବାର ସହ କାର୍‌ରେ ରାୟବରେଲି ଯାଉଥିଲା ବେଳେ ଏକ ନମ୍ବର ବିହୀନ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ମା’ ଓ ଖୁଡ଼ିଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପଛରେ ସେଙ୍ଗରଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।

Comment