ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ବିଧାୟକ କୁଳଦୀପ ସିଂ ସେଙ୍ଗରଙ୍କ ବିରୋଧରେ ଦଣ୍ଡ ବିଧାନ ନେଇ ଆଜି ଶୁଣାଣି ହେବ।

ଗତ ୧୭ ତାରିଖରେ ଦିଲ୍ଲୀର ତିସହଜାରୀ କୋର୍ଟ ପୋକ୍ସୋ ଆଇନ ଓ ଆଇପିସି ୩୭୬ ରେ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୭ରେ ସେଙ୍ଗର ନାବାଳିକାଙ୍କୁ ଚାକିରି ଲୋଭ ଦେଖାଇ ଦୁଷ୍କର୍ମ କରିଥିଲେ।

ଗତବର୍ଷ ଏପ୍ରିଲ ମାସରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ବିଧାୟକ ସେଙ୍ଗରକୁ ଗିରଫ କରିଥିଲା।

Comment