ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ବିରୋଧରେ ଡିସେମ୍ବର ୨୦ରେ ଦଣ୍ଡ ଘୋଷଣା ହେବ।

ମଙ୍ଗଳବାର କୋର୍ଟରେ କୁଲିଦୀପଙ୍କୁ ଦଣ୍ଡବିଧାନ ନେଇ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ସେଙ୍ଗରଙ୍କୁ ନିଜର ଆୟ ଓ ପୂରା ସମ୍ପତ୍ତିର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର କୁଲଦୀପ ସିଂ ସେଙ୍ଗରକୁ ଦିଲ୍ଲୀ ତିସହଜାରୀ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୭, ଜୁନ ୪ରେ ନାବାଳିକାଙ୍କୁ ଚାକିରି ଲୋଭ ଦେଖାଇ ଅପହରଣ କରି ଦୁଷ୍କର୍ମ କରିଥିଲେ କୁଳଦୀପ ଓ ତାଙ୍କର ଦୁଇ ଭାଇ। ଏହାପରେ କୁଳଦୀପଙ୍କୁ ବିଜେପି ଦଳରୁ ବହିଷ୍କାର କରିଥିଲା।

Comment