ଓଡ଼ିଶାଲାଇଭ୍‌ ବ୍ୟୁରୋ

Lokaseva Bhawan

ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏହି ଅଦଳବଦଳ ପ୍ରକ୍ରିୟାରେ ଶ୍ରମ କମିସନର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ରେଭେନ୍ୟୁ ଡିଭିଜନାଲ କମିସନର(ଆର୍‌ଡିସି) ପଦରେ ନିଯୁକ୍ତି ମିଳିଛି। ନିରଞ୍ଜନ ସାହୁଙ୍କ ବଦଳରେ ଏନ୍‌ ତିରୁମାଲା ନାଏକ ହେବେ ଶ୍ରମ ବିଭାଗର ନୂଆ କମିସନର।

ଆଇଏଏସ୍‌ ପ୍ରଶାନ୍ତ ସେନାପତି ହେଲେ ଓବିସି, ଏସ୍‌ସି/ଏସ୍‌ଟି ବିଭାଗର ଭାବେ ନୂଆ ନିର୍ଦ୍ଦେଶକ। ସେହିପରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ସୁଶାନ୍ତ ମହାପାତ୍ରଙ୍କୁ ନୂଆ ଡାଇରେକ୍ଟର ଇଷ୍ଟେଟ୍‌ସ ଭାବେ ନୁଯୁକ୍ତି ମିଳିଛି।

ଭି ଜୟକୁମାର ହେଲେ ଆୟୁଷ ବିଭାଗ ନିର୍ଦ୍ଦେଶକ ହୋଇଥିବା ବେଳେ ମୟୁରଭଞ୍ଜର ଏଡିଏମ୍‌ ଅବୋଲି ସୁନିଲ ନରଭାଣେ ହେଲେ ରାଉରକେଲ ନୂଆ ଏଡିଏମ୍‌। ଏଥିସହିତ ସୁନିଲ ନରଭାଣେ ଆର୍‌ଡିଏ ଭାଇସ୍‌ ଚେୟାରମ୍ୟାନ୍‌ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment