ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀପିକା ପାଦୁକୋନ ବଲିଉଡର ଜଣେ ବେଶ୍‌ ସଫଳ ଅଭିନେତ୍ରୀ। ଦମଦାର ଫିଲ୍ମ ଭେଟି ଦେଇ ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଆଜି ଏହି ଅଭିନେତ୍ରୀ ନିଜର ୩୪ତମ ଜନ୍ମଦିନ ପାଳନ କରିଛନ୍ତି।

ଏହି ଅବସରରେ ବଲିଉଡର ଅନେକ ଷ୍ଟାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଦୀପିକାଙ୍କ ପ୍ରଂଶସକ ବି ସୋସିଆଲ ମିଡିଆରେ ତାକୁ ଶଭେଚ୍ଛା ଦେଇଛନ୍ତି।

ବଲିଉଡର ନମ୍ବର ଓ୍ୱାନ ହିରୋଇନ ଦୀପିକା ପାଦୁକୋନ ଏଥର ନିଜ ଜନ୍ମଦିନ ପାଇଁ ଖାସ୍‌ ପ୍ଲାନ କରିଛନ୍ତି। ଜନ୍ମଦିନରେ ଦୀପିକା ସ୍ୱାମୀ ରଣବୀର ସିଂଙ୍କ ସହିତ ନୁହେଁ ବରଂ ଲକ୍ଷ୍ନୌରେ ଏକ କ୍ୟାଫେରେ ସମୟ ବିତାଇବେ ବୋଲି ଜଣାପଡ଼ିଛି।

ସେଠାରେ ଏସିଡ ପୀଡ଼ିତା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ କ୍ୟାଫେରେ ନିଜ ସେ ନିଜ ଜନ୍ମଦିନ ପାଳିବେ ସେଠାରେ ସମୟ ବିତାଇବେ।

ଆଗୀମୀ ଦିନରେ ଦୀପିକାଙ୍କ ଫିଲ୍ମ ଛପାକ୍‌ ରିଲିଜ ହେବାକୁ ଯାଉଛି। ଏଥିରେ ଦୀପିକା ଜଣେ ଏସିଡ ପୀଡ଼ିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିପାଇଁ ଦୀପିକା ଏଥର ଜନ୍ମଦିନରେ ଏଭଳି ଯୋଜନା କରିଥିବା ଜଣାପଡ଼ିଛି।

Comment