ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା (ଓଏଏସ୍‌)ରେ ସଫଳତା ହାସଲ କରିଛନ୍ତି କୋରାପୁଟ ପୋଲିସରେ କାମ କରୁଥିବା କନଷ୍ଟେବଲ ୠତୁ ସିଂହ। ସଫଳତାର ସହିତ ଓଡ଼ଶା ପ୍ରଶାସନିକ ସେବା ପରୀକ୍ଷାରେ ସେ ୨୦୪ ନମ୍ବର ରାଙ୍କ୍‌ ପାଇଛନ୍ତି। ୠତୁଙ୍କ ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ୠତୁ ଏକାଧାରରେ ଜଣେ ପୋଲିସ କନଷ୍ଟେବଲ, ଜଣେ କ୍ରିକେଟ ଖେଳାଳି ଏବେ ଜଣେ ଓଏଏସ୍।

ୠତୁଙ୍କ ଘର କୋରାପୁଟ ଜିଲ୍ଲାର ଜୟପୁର ସହରର ପରାବେଡ ଶ୍ରୀରାମ କଲୋନୀରେ। ତାଙ୍କ ବାପାଙ୍କ ନାଁ ରାଜରାମ ସିଂହ। ୠତୁ ମଧ୍ୟ ଜଣେ ଜଣାଶୁଣା କ୍ରିକେଟ ଖେଳାଳି। ଓଡ଼ିଶା ୧୯ ବର୍ଷରୁ କମ୍‌ ମହିଳା କ୍ରକେଟ ଦଳର ଅଧିନାୟକ ଥିଲେ ୠତୁ।

ୠତୁଙ୍କର ଛୋଟ ବେଳୁ ଓଏଏସ୍‌ ହେବାର ସ୍ୱପ୍ନ ପୂରଣ ହୋଇଛି। ଏହି ସଫଳତା ପାଇଁ ନିଜ ବାପା ମା କୋରାପୁଟ ପୋଲିସ ଏବଂ ନିଜ ଭାଇ ଭଉଣିଙ୍କୁ ଶ୍ରେୟ ଦେଇଛନ୍ତି। ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସମୁଦାୟ ୨୧୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୭୨ ଜଣ ଝିଅ ରହିଛନ୍ତି।

Comment