ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ତା’ର ଗ୍ରାହକମାନଙ୍କ ପାଇଁ ଦମଦାର ଓ ଶସ୍ତା ପ୍ଲାନ୍ ଆଣିଛି। ଏହି ପ୍ଲାନରେ ଆପଣ ଅନଲିମିଟେଡ୍ ଜିଓରୁ ଜିଓ କଲ୍ କରିପାରିବା ସହ ଇଣ୍ଟରନେଟ୍ ଡାଟା ପ୍ୟାକର ମଧ୍ୟ ଲାଭ ଉଠାଇପାରିବେ।

ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଜିଓର ୧୪୯ ଟଙ୍କିଆ ରିଚାର୍ଜ ପ୍ଲାନ୍। ଏହି ପ୍ଲାନରେ ଗ୍ରାହକମାନେ ୨୪ ଦିନ ପାଇଁ ଜିଓରୁ ଜିଓ ଅନଲିମିଟେଡ୍ କଲ୍ କରିପାରିବା ସହ ୩୦୦ ମିନିଟ୍ ପାଇଁ ଅନ୍ୟ ନେଟୱାର୍କକୁ ମାଗଣା କଲ୍ କରିପାରିବେ। ଏଥିସହିତ ଏଥିରେ ପ୍ରତିଦିନ ୧ ଜିବି ଡାଟା ପ୍ୟାକ୍ ମଧ୍ୟ ମିଳିବ।

ସେହିପରି ୧୯୯ ଟଙ୍କାର ଆଉ ଗୋଟିଏ ପ୍ଲାନରେ ଗ୍ରାହକମାନେ ୨୮ ଦିନ ପାଇଁ ଅନଲିମିଟେଡ୍ ଜିଓରୁ ଜିଓ ଅନଲିମିଟେଡ୍ କଲ୍ କରିପାରିବେ। ଏହାସହ ଅନ୍ୟ ନେଟୱାର୍କକୁ ୧ ହଜାର ମିନିଟ୍ ପାଇଁ ମାଗଣା କଲ୍ କରିପାରିବେ। ଏଥିରେ ଗ୍ରାହକମାନେ ପ୍ରତିଦିନ ୧.୫ ଜିବି ଡାଟା ପାଇପାରିବେ।

Comment