ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ପରେଡ୍‌ରେ ଚମକିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼। ୭୧ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହୋଇଥିବା ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ ସ୍ଥାନ ପାଇଛି। ଲିଙ୍ଗରାଜ ମନ୍ଦିର ଏବଂ ରୁକୁଣା ରଥର ପତୀକ ଭାବେ ତିଆରି ହୋଇଥିବା ପ୍ରଜ୍ଞାପନ ମେଢ଼କୁ ମଙ୍ଗଳବାର ପୁରସ୍କାର ମିଳିବ।

ଜାତୀୟ ରଙ୍ଗଶାଳା ଶିବିରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଏହି ପ୍ରଜ୍ଞାପନ ମେଢ଼ର ଡିଜାଇନ କରିଥିଲେ ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁ ଏବଂ ଛତ୍ରପତି ବିଶ୍ୱାଳ। ଓଡ଼ିଶାର କଳା, ସଂସ୍କୃତି ଏହି ପ୍ରଜ୍ଞାପନ ମେଢ଼ରେ ଝଟକିଥିଲା।

ଓଡ଼ିଶା ସମେତ ୧୬ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହୋଇଥିଲା। ଏଥିରୁ ଆସାମର ପ୍ରଜ୍ଞାପନ ମେଢ଼କୁ ପ୍ରଥମ, ଓଡ଼ିଶାକୁ ଦ୍ୱିତୀୟ ଏବଂ ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢ଼କୁ ତୃତୀୟ ସ୍ଥାନ ମିଳିଛି।

ଗତ ଦୁଇ ବର୍ଷ ହେଲା ଦିଲ୍ଲୀ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେଉ ନଥିଲା। ଯେଉଁ ମେଢ଼ ପ୍ରଦର୍ଶନ ପାଇଁ ଡିଜାଇନ୍‌ ଦିଆଯାଉଥିଲା ତାହା ଖାରଜ ହୋଇ ଯାଉଥିଲା। ଦୁଇ ବର୍ଷ ପରେ ଦିଲ୍ଲୀ ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଚମକିଛି ଏବଂ ଶ୍ରେଷ୍ଠ ହୋଇଛି।

Comment