ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲିମଣିଷ ଭୁଲାପଣ ଭଳି ସମସ୍ୟା ଦେଇ ଗତି କରୁଛି। ଏଭଳି ସମସ୍ୟାରୁ ରକ୍ଷାକରିବ ସେଓ। ପ୍ରତ୍ୟହ ଗୋଟିଏ ସେଓ ଖାଇବା ଦ୍ୱାରା ଭୁଲାପଣ ଆଶଙ୍କା କମ୍ କରାଯାଇପାରେ। ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି।

ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ଭିତରେ ଖାଦ୍ୟପେୟରେ ଅନିୟମିତତା, ନିଦ୍ରାହୀନତା ଭଳି ସମସ୍ୟା ଦେଖାଦେଉଛି। ଏହି ସମସ୍ୟା ଧୀରେ ଧୀରେ ଗମ୍ଭୀର ରୂପ ମଧ୍ୟ ନେଉଛି। ବିଭିନ୍ନ ସମୟରେ ଏହା ଡିମେନ୍ସିଆ ଭଳି ଦୂରାରୋଗ୍ୟ ରୋଗକୁ ବି ଆମନ୍ତ୍ରଣ କରିଥାଏ। ଫଳରେ ମଣିଷ ଭୁଲାପଣ ଭଳି ସମସ୍ୟା ଦେଇ ଗତିକରେ। ଏଭଳି ସମସ୍ୟାରୁ ରକ୍ଷାକରିବ ସେଓ। ପ୍ରତ୍ୟହ ଗୋଟିଏ ସେଓ ଖାଇବା ଦ୍ୱାରା ଡିମେନ୍ସିଆର ଆଶଙ୍କା କମ୍ କରାଯାଇପାରେ। ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି।

ଡିମେନ୍ସିଆ କ’ଣ

ଡିମେନ୍ସିଆକୁ କିଛି ଲୋକ ଭୁଲା ରୋଗ ବୋଲି କହିଥାନ୍ତି। କିନ୍ତୁ ଏହା କେବଳ ଭୁଲାରୋଗ ନୁହେଁ, ଏହାର ଆହୁରି ଅନେକ ଲକ୍ଷଣ ମଧ୍ୟ ରହିଛି। ଯେମିତିକି କୌଣସି କଥା ମନେ ପକାଇବାରେ କଷ୍ଟ ଅନୁଭବ କରିବା, ତର୍କ ବୁଝି ନ ପାରିବା, ଲୋକଙ୍କ ସହ ମିଳାମିଶା କରିବାରେ ସହଜ ମନେ ନକରିବା, ସାମାନ୍ୟ କାର୍ଯ୍ୟ କରି ନ ପାରିବା, ନିଜ ଭାବନାକୁ ସମ୍ଭାଳିବାରେ ସମସ୍ୟା ଦେଖାଦେବା ଓ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଇତ୍ୟାଦି।

ଏଭଳି ସମସ୍ୟାରୁ ସହଜରେ ମୁକୁଳିବାରେ ସହାୟ ହେବ ସେଓ। ଜାପାନର ତୋହୋକୁ ୟୁନିଭର୍ସିଟିର ଗବେଷକଙ୍କ ମତରେ, ସେଓ, ଅଙ୍ଗୁର ଓ ଲେମ୍ବୁ ଭଳି ଖଟା ଫଳକୁ ଦୈନିକ ଆହାରରେ ସାମିଲ କରିବା ନିତାନ୍ତ ଜରୁରୀ। ଏହାଦ୍ୱାରା ଡିମେନ୍ସିଆ ଭଳି ସମସ୍ୟାରୁ ରକ୍ଷାପାଇହେବ। ବୈଜ୍ଞାନିକଙ୍କ ଅନୁସାରେ, ଏଭଳି ଫଳ ବର୍ତ୍ତମାନ ସମୟରେ ଦେଖାଦେଉଥିବା କିଛି ରୋଗ ପାଇଁ ଔଷଧ ଭାବେ କାମକରୁଥିବା ଜଣାପଡ଼ିଛି।

ପୂର୍ବରୁ ହୋଇଥିବା ବିଭିନ୍ନ ଗବେଷଣାରୁ ଜଣାପଡ଼ିଥିଲା, ଖଟା ଫଳ ମଣିଷର ମସ୍ତିଷ୍କକୁ ଏମିତି କିଛି କ୍ଷତିରୁ ରକ୍ଷାକରେ, ଯଦ୍ଵାରା ଡିମେନ୍ସିଆ ଓ ଆଲ୍ଝେମିର୍ ଭଳି ରୋଗ ହେବାର ସମ୍ଭାବନା କମିଯାଏ। ଗବେଷକଙ୍କ ମତରେ, ଏହି ଫଳରେ ସାଇଟ୍ରିକ୍ ଏସିଡ୍ ଥାଏ, ଯେଉଁଥିରୁ ନୋବାଇଲାଟିନ୍ ନାମକ ଏକ ଖାସ୍ ରସାୟନିକ ତତ୍ତ୍ୱ ମିଳିଥାଏ। ଏହା ମସ୍ତିଷ୍କରେ ହେଉଥିବା କ୍ଷରଣକୁ ରୋକିବାରେ ସହାୟକ ହୋଇଥାଏ।

Comment