ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଙ୍ଗ୍‌ ଖାନ୍‌ ଶାହରୁଖଙ୍କୁ ଗତ ଏକ ବର୍ଷ ହେଲା ପରଦାରେ ଦେଖିବାକୁ ମିଳୁନି। ଶେଷଥର ପାଇଁ ତାଙ୍କୁ ଫିଲ୍ମ ଜିରୋରେ ଦେଖିବାକୁ ମିଳିଥିଲା। କିଙ୍ଗ୍‌ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏବେ ଖୁସି ଖବର। ଖୁବଶୀଘ୍ର ଶାହରୁଖ ଏକ ଜବରଦସ୍ତ ଫିଲ୍ମରେ ପରଦାକୁ ଫେରିବେ। ମିଡିଆ ରିପୋର୍ଟ ଅନୁସାରେ ଶାହରୁଖ ରଣବୀର ସିଂହଙ୍କ ସହିତ ‘ମିଷ୍ଟର ଇଣ୍ଡିଆ୨’ରେ ଅଭିନୟ କରିବେ।

ଅଲ୍ଲୀ ଆବ୍ବାସ ଜାଫର ମିଷ୍ଟର ଇଣ୍ଡିଆର ରିମେକ ଫିଲ୍ମ ତିଆରି କରିବେ। ଖାସ କଥା ଶାହରୁଖ ଏହି ଫିଲ୍ମରେ ମୋଗାମ୍ବୋ ରୋଲ୍‌ ପ୍ଲେ କରିବେ। ମିଷ୍ଟର ଇଣ୍ଡିଆ ପ୍ରଥମ ପାର୍ଟରେ ଅଭିନେତା ଅମରିଶ ପୁରୀ ମୋଗାମ୍ବୋ ରୋଲ୍‌ ପ୍ଲେ କରିଥିଲେ।

ଫିଲ୍ମର ଗୋଟିଏ ଡାଇଲଗ୍‌ ‘ମୋଗାମ୍ବୋ ଖୁସ୍‌ ହୁଆ’କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏବେ ମୋଗାମ୍ବୋ କଥା ଆସିଲେ ଅମରିଶଙ୍କ ଛବି ହିଁ ମନକୁ ଆସେ।

Comment