ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ବୁଧବାର ରାୟଗଡ ଜିଲ୍ଲା ଜଜ୍ କୋର୍ଟରେ ହାଜର ହୋଇଛନ୍ତି। ହତ୍ୟାକାଣ୍ଡର ତଦନ୍ତ ଜାରି ରହିଥିବା ବେଳେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ କୋର୍ଟରେ ହାଜର ହୋଇଛନ୍ତି।

କୋର୍ଟରେ ଆଜି ଅନୁପଙ୍କ ରିମାଣ୍ଡ ନେଇ ଶୁଣାଣି ହେବ। ଅନୁପଙ୍କୁ କେତେ ଦିନ ପୋଲିସ ରିମାଣ୍ଡରେ ନେଇ ଜେରା କରିବ କୋର୍ଟ ସେନେଇ ଅନୁମତି ଦେବେ।

ସେପଟେ ଏହି ଡବଲ ମର୍ଡର ଘଟଣାର ଅଧିକ ତଦନ୍ତ ପାଇଁ ମଙ୍ଗଳବାର ଭୁବନେଶ୍ୱର ଆସିଥିଲା ଛତିଶଗଡ ପୋଲିସ। ୧୩ତାରିଖ ଦିନ କଳ୍ପନା ଦାଶ ଓ ତାଙ୍କ ଝିଅଙ୍କୁ ହତ୍ୟା କରିବା ମାମଲାରେ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/H26bwpVeIs6K8KNMsLiz80

Comment