ଓଡ଼ିଶାଲାଇଭ୍‌ ବ୍ୟୁରୋ

  •  ଟ୍ରମ୍ପଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନ
  • ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଗାର୍ଡ ଅଫ୍‌ ଅନର
  • ଦିଲ୍ଲୀରେ ମୋଦୀଙ୍କ ସହ କରିବେ ବୈଠକ
  • ଦୁଇ ଦେଶ ମଧ୍ୟରେ ହୋଇପାରେ ଚୁକ୍ତି ସ୍ୱାକ୍ଷର
  • ରାଜଘାଟରେ ଗାନ୍ଧୀଜୀଙ୍କୁ ଟ୍ରମ୍ପଙ୍କ ଶ୍ରଦ୍ଧାଞ୍ଜଳି

ଅହମ୍ମଦାବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଭବ୍ୟ ସ୍ୱାଗତ ପରେ ଆଜି ଦିଲ୍ଲୀରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆଙ୍କୁ ଆଜି ଦେଶ ପକ୍ଷରୁ ଆନୁଷ୍ଠାନିକ ଭାବେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଷ୍ଟ୍ରପତି ଭବନରେ ଟ୍ରମ୍ପ ଓ ତାଙ୍କ ପତ୍ନୀଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି।

ଆଜି ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ ଟ୍ରମ୍ପ। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ପତ୍ନୀଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ। ସେଠାରେ ଉଭୟ ରାଷ୍ଟ୍ରର ଜାତୀୟ ସଙ୍ଗୀତର ଧୂନ୍‌କୁ ବଜା ଯାଇଥିଲା। ଏହାପରେ ଦେଶର ତିନି ସେନା ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରା ଯାଇଥିଲା। ଗାର୍ଡ ଅଫ୍‌ ଅନରର ନେତୃତ୍ୱ ନେଇଥିଲେ ଲେଫ୍ଟନାଣ୍ଟ ଆଶିଷ ଠାକୁର।

Comment