ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଅତିଥିଙ୍କୁ ଦେବ ଭବଃ ବୋଲି କୁହାଯାଏ। ପରମ୍ପରା ଅନୁସାରେ ଅତିଥି ସତ୍କାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୁଏ। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଅତିଥି ହୋଇଥିବାରୁ ତାଙ୍କ ସତ୍କାର ପାଇଁ ବିଶେଷ ବ୍ୟବସ୍ଥା ହୋଇଛି। ସବୁଠୁ ଖାସ କଥା ମଙ୍ଗଳବାର ଟ୍ରମ୍ପ ରାଷ୍ଟ୍ରପତି ଭବନରେ ଭୋଜନ କରିବା ପରେ ପାନ ଖାଇବେ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଭାରତୀୟ ପରମ୍ପରା ଅନୁସାରେ ଖାଦ୍ୟ ପରେ ଟ୍ରମ୍ପଙ୍କୁ ପାନ ଦିଆଯିବ। ଟ୍ରମ୍ପଙ୍କ ପାଇଁ ପାନ ପ୍ରସ୍ତୁତ କରୁଛନ୍ତି ଦିଲ୍ଲୀର ପାଣ୍ଡେ ପାନ ଦୋକାନ  ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି।

ଟ୍ରମ୍ପଙ୍କ ପାଇଁ ପ୍ରାୟ ୧୫୦ ପ୍ରକାରର ପାନ ପ୍ରସ୍ତୁତ ହୋଇଥିବା କହିଛନ୍ତି ଦୋକାନ ମାଲିକ ହରିଶଙ୍କର ପାଣ୍ଡେ। ଟ୍ରମ୍ପଙ୍କୁ ବିଭିନ୍ନ ଫ୍ଲେଭରର ପାନ ତଥା  ମାଧୁରୀ ପାନ, ମ୍ୟାଙ୍ଗୋ ପାନ, ଚକଲେଟ ପାନ ପରସା ଯିବ।

Comment