ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ପ୍ରଥମ ମହିଳା ଆଜି ଦିଲ୍ଲୀର ଏକ ସ୍କୁଲ ପରିଦର୍ଶନ କରିଛନ୍ତି। ସ୍କୁଲ ପରିଦର୍ଶନ କରିବା ପରେ ଶିକ୍ଷା ବ୍ୟବସ୍ଥାକୁ ବେଶ୍‌ ପ୍ରଂଶସା କରିଛନ୍ତି ମେଲେନିଆ ଟ୍ରମ୍ପ। ଯେଉଁମାନେ କୁନି କୁନି ପିଲାଙ୍କୁ କେଉଁଭଳି ଶିକ୍ଷା ଦିଆଯିବ, ନୈତିକତାର ଶିକ୍ଷା ଦେବା ପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି ସେମାନଙ୍କୁ ମଧ୍ୟ ମେଲେନିଆ ପ୍ରଂଶସା କରିଛନ୍ତି।

ଏଭଳି ବ୍ୟବସ୍ଥା ଦ୍ୱାରା ଭାରତର ଛାତ୍ରଛାତ୍ରୀ ସାରାବିଶ୍ୱର ଛାତ୍ରଛାତ୍ରୀଙ୍କ ସହ ତାଳ ଦେଇ ଆଗକୁ ବଢ଼ିବେ। ଏହାଦ୍ୱାରା ଶିକ୍ଷାକ୍ଷେତ୍ରରେ ଭାରତ ଆହୁରି ଉନ୍ନତି କରିବ ବୋଲି ମେଲେନିଆ କହିଛନ୍ତି।

ଦିଲ୍ଲୀ ସରକାର ସ୍କୁଲରେ ଯେଉଁ ହାପିନେସ୍‌ କ୍ଲାସ ଆରମ୍ଭ କରିଛନ୍ତି ତାକୁ ଦେଖିବା ପାଇଁ ମେଲେନିଆ ଦିଲ୍ଲୀ ମୋତିବାଗସ୍ଥିତ ନାନକପୁରା ସର୍ବୋଦୟ ସହ ଶିକ୍ଷା ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟ ବୁଲି ଦେଖିଛନ୍ତି। ସ୍କୁଲରେ କୁନି କୁନି ପିଲାଙ୍କ ସହ ସମୟ ବିତାଇବା ସହ ସେମାନଙ୍କ ସହ କଥା ହୋଇଛନ୍ତି।

Comment