ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ପ୍ରିୟ ମୋଦୀଜି ଆପଣ ସୋସିଆଲ ମିଡିଆ ଛାଡ଼ନ୍ତୁ ନାହିଁ। ଆପଣଙ୍କ ଯୋଗୁଁ ଆମେ ସୋସିଆଲ ମିଡିଆ ବ୍ୟବହାର କରୁଛୁ। ଆପଣ ସୋସିଆଲ ମିଡିଆ ଛାଡ଼ିଲେ ଆମେ ବି ସୋସିଆଲ ମିଡିଆ ଛାଡ଼ିଦେବୁ’’, ସୋସିଆଲ ମିଡିଆ ଛାଡ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଜଣେ ୟୁଜର ଏଭଳି ଟୁଇଟ କରିଛନ୍ତି।

ସୋସିଆଲ ମିଡିଆ ଛାଡ଼ିବେ ବୋଲି  ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟୁଇଟ କରି ସୂଚନା ଦେଇଥିଲେ, ହେଲେ ହଠାତ ମୋଦୀଙ୍କର ଏହି ନିଷ୍ପତିକୁ ଗ୍ରହଣ କରିପାରୁନାହାନ୍ତି ମୋଦୀଙ୍କ ପ୍ରଶଂସକ।

ମୋଦୀ କରିଥିବା ଟୁଇଟକୁ ତାଙ୍କ ସମର୍ଥକମାନେ ୨୬ ହଜାର ଥର ରିଟୁଇଟ କରିଛନ୍ତି। ଫଳରେ ଏବେ ଟୁଇଟରରେ “ନୋ ସାର୍” ଟ୍ରେଣ୍ଡ ଆରମ୍ଭ ଆରମ୍ଭ ହୋଇଛି। “ନୋ ସାର” ଟ୍ରେଣ୍ଡ ମାଧ୍ୟମରେ ସୋସିଆଲ ମିଡିଆ ନଛାଡିବାକୁ ମୋଦୀଙ୍କୁ ଲୋକେ ନିବେଦନ କରିଛନ୍ତି।

“ଆପଣ କଳିଯୁଗର ନୀଳକଣ୍ଠ, ଭ୍ରଷ୍ଟାଚାର ରୂପୀ ଜହରକୁ ଆପଣ ପିଇଛନ୍ତି। ଏଭଳି ସ୍ଥିତିରେ ଆପଣ ସୋସିଆଲ ମିଡିଆ ଛାଡ଼ନ୍ତୁ ନାହିଁ। ଆମେ ଆପଣଙ୍କ ସହିତ ଅଛୁ, ପୂରା ଭାରତ ଆପଣଙ୍କ ସହ ଅଛି’’, ଜଣେ ଟୁଇଟର ୟୁଜର ଟୁଇଟ କରି ଏଭଳି କହିଛନ୍ତି।

ମିଡିଆରେ ଅଧିକ ଲୋକ ଅନୁକରଣ କରନ୍ତି।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟରରେ ପ୍ରାୟ ୫ କୋଟି ୩୩ ଲକ୍ଷ ଏବଂ ଫେସ୍‌ବୁକ୍‌ରେ ୪ କୋଟି ୪୫ ଲକ୍ଷ ଫଲୋୟର୍ସ ରହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫଲୋୟର୍ସ ମୋଦୀଙ୍କ ଫଲୋୟର୍ସ ସଂଖ୍ୟା ୩ କୋଟି ୫୨ ଲକ୍ଷ ରହିଛି।

Comment