ଓଡ଼ିଶାଲାଇଭ ବ୍ୟୁରୋ

କୋରୋନା ଆତଙ୍କରେ ଏବେ ସାରାବିଶ୍ୱବାସୀ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଏନେଇ ଗୁରୁବାର ପ୍ରତ୍ୟେକ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି।

ସ୍କୁଲ ପିଲାଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଜାତୀୟ ଶିଶୁ ସୁରକ୍ଷା ଆୟୋଗ। କୋରନାକୁ ନେଇ ସଚେତନମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ତୁରନ୍ତ ପଦକ୍ଷେପ ନେବା ସହ ପ୍ରତିଷେଧକମୂଳକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

କୋରନାକୁ ନେଇ ଦେଶରେ ଭୟର ବାତାବରଣ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୯ କୋରନା ଭାଇରସ ସଂକ୍ରମିତ ଲୋକ ଚିହ୍ନଟ ହୋଇ ସାରିଛନ୍ତି।  ସେମାନଙ୍କୁ ଆଇଟିବିପି କ୍ୟାମ୍ପରେ ରଖାଯାଇଛି। କୋରନାକୁ ନେଇ ଗତ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ କୋରନା ଭାଇରସକୁ ନେଇ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

Comment