ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି।

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ କୋରୋନା ଭାଇରସ୍‌ର ପ୍ରଥମ ପଜିଟିଭ୍‌ କେସ୍‌ ସମ୍ନାକୁ ଆସିଛି ଫଳରେ ଭାରତାରେ ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି।

ବିଶ୍ୱରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସାରା ବିଶ୍ୱରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨୪ ହଜାରରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪୫୦୦ ଟପିଯାଇଛି।

ଇଟାଲି, ଇରାନ, ଆମେରିକା, ଜର୍ମାନି ଆଦି ଦେଶରେ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି।

Comment