ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କୋରୋନା ନେଲା ପ୍ରଥମ ମୁଣ୍ଡ। କୋରୋନା ଭାଇରସ୍‌ ଯୋଗୁଁ ଦେଶରେ ପ୍ରଥମ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି କର୍ଣ୍ଣାଟକ କୁଲବର୍ଗୀର ଜଣେ ୭୬ ବର୍ଷିୟ ବୃଦ୍ଧ। ନିକଟରେ ସେ ସାଉଦି ଆରବରୁ ଫେରି ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ନେଇ କର୍ଣ୍ଣାଟକ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

କରୋନା ଭାଇରସ୍‌ ଯୋଗୁଁ ଦେଶ ଏବେ ଆତଙ୍କିତ ଅବସ୍ଥାରେ ରହିଛି। କରୋନା ଭାଇରସ ଯୋଗୁଁ କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟପକ୍ଷରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀରେ ୬ ଜଣ, ହରିୟାଣାରେ ୧୪ ଜଣ, କେରଳରେ ୧୭ ଜଣ, ରାଜସ୍ଥାନରେ ୩ ଜଣ, ତେଲେଙ୍ଗାନାରେ ୧୧ ଜଣ, ଉତ୍ତରପ୍ରଦେଶରେ ୧୧ ଜଣ, ଲଦାଖରେ ୩ ଜଣ, ତାମିଲନାଡୁରେ ଜଣେ, ଜମ୍ମୁ କଶ୍ମୀରରେ ଜଣେ, ପଞ୍ଜାବରେ ଜଣେ, କର୍ଣ୍ଣାଟକରେ ୪ ଜଣ ଓ ମହାରାଷ୍ଟ୍ରରେ ୧୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ସ୍ଵତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି।

କୋରୋନା ଯୋଗୁଁ ଦିଲ୍ଲୀର ସ୍କୁଲ-କଲେଜଠାରୁ ଆରମ୍ଭ କରି ସିନେମା ହଲ ପର୍ଯ୍ୟନ୍ତ ସବୁକିଛି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିଛି। ଅନେକ କ୍ରୀଡା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି କରୋନାଙ୍କୁ ଭୟଭୀତ ନକରିବାକୁ ନିବେଦନ କରିଛନ୍ତି।

କରୋନା ଭାଇରସ୍‌କୁ ରୋକିବା ପାଇଁ ଭାରତ ପୃଥିବୀର ଯେକୌଣସି ଦେଶରୁ ଆସୁଥିବା ଲୋକଙ୍କ ଭିସାକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। କାର୍ଡଧାରୀମାନଙ୍କୁ ଭିସା ମୁକ୍ତ ଯାତ୍ରା ମଧ୍ୟ ୧୫ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ମାର୍ଚ୍ଚ ୧୩ ତାରିଖ ଦିନ ୧୨ଟାରୁ ସମସ୍ତ ବିମାନବନ୍ଦର ଏବଂ ବନ୍ଦରରେ ଏହି ପ୍ରତିବନ୍ଧକ ଲାଗୁ ହେବ।

Comment