ଓଡ଼ିଶାଲାଇଭ୍ ବ୍ୟୁରୋ

କୋରୋନା ରୋଗୀଙ୍କ ପରିଚୟ ପ୍ରଘଟ କଲେ ହେବ କାର୍ଯ୍ୟାନୁଷ୍ଠାନ। କର୍ଣ୍ଣାଟକରେ ଜଣେ ସ୍ୱାସ୍ଥ୍ୟକର୍ମୀ ଜଣେ କୋରୋନା ରୋଗୀଙ୍କ ପରିଚୟ ପ୍ରଘଟ କରିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସେହିଭଳି ପୁଣେରେ ମଧ୍ୟ ଜଣେ ଲୋକ ସୋସିଆଲ ମିଡିଆରେ ଜଣେ କୋରୋନା ରୋଗୀଙ୍କ ପରିଚୟ ଭାଇରାଲ କରିଥିଲେ। ଏହାପରେ ତାଙ୍କୁ ପୋଲିସ ଗିରଫ କରିଛି। ଏହାସହ ଭାଇରାଲ ହୋଇଥିବା ପୋଷ୍ଟକୁ ସୋସିଆଲ ମିଡିଆରୁ ହଟାଇ ଦେଇଛି ପୋଲିସ।

କୋରୋନା ଭାଇରସକୁ ନେଇ ସୋସିଆଲ ମିଡିଆରେ ହେଉଥିବା କ୍ୟାମ୍ପେନିଂ ଉପରେ ପୋଲିସ ନଜର ରଖିଛି। କୋରୋନାକୁ ନେଇ ଭୁଲ ତଥ୍ୟ ଦେବାକୁ ମଧ୍ୟ କଟକଣା ଜାରି ହୋଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋରୋନା ଭାଇରସକୁ ମହାମାରୀ ଘୋଷଣା କରିଛି। ଏହାପରେ କୋରୋନାକୁ ଦେଶରେ ଭୟ ବାତାବରଣ ରହିଛି। ଏଭଳି ପରିସ୍ଥିତିରେ କୋରୋନା ରୋଗୀଙ୍କ ପରିଚୟ ପ୍ରଘଟ କଲେ, ତାଙ୍କ ପରିବାରକୁ ସାମାଜିକ ବାସନ୍ଦ ଭଳି ସ୍ଥିତିର ସାମ୍ନା କରିବାକୁ ପଡିପାରେ। ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୋରୋନା ରୋଗୀଙ୍କ ପରିଚୟ ପ୍ରଘଟ ନକରିବାକୁ ନିବେଦନ କରାଯାଇଥିଲା।

କୋରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ଭାରତର ଜଣଙ୍କରତ ମୃତ୍ୟୁ ଘଟିଛି। ୭୩ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କୋରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଇଛି।

Comment