ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ଦେଶରେ ଏବେ କରୋନାକୁ କିପରି ମୁକାବିଲା କରାଯିବ ତାକୁ ନେଇ ଚିନ୍ତା ବଢ଼ିଛି। ଯଦି ଆଗାମୀ ଦିନରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ହସ୍ପିଟାଲ ବେଡ୍ ସଂଖ୍ୟା ରୋଗୀଙ୍କ ପାଇଁ କମ୍ ପଡ଼ିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିସାରିଲେଣି। ଏଭଳି ପରିସ୍ଥିତିରେ ବଲିଉଡର ବିଗ୍ ବି ଏକ ଚତ୍ମକାର ଆଇଡିଆ ଦେଇଛନ୍ତି।

ସେ କହିଛନ୍ତି ଯେ, ଯଦି ଆଗାମୀ ଦିନରେ କରୋନା ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲ ବେଡ୍ ସଂଖ୍ୟା କମ୍ ପଡ଼େ। ତେବେ ଭାରତୀୟ ରେଳଡ଼ବା ଏହି ଅଭାବ ପୂରଣ କରିପାରିବ। ରେଳଡ଼ବାରେ ଥିବା ବେଡରେ ରୋଗୀମାନେ ନିଜର ଚିକିତ୍ସା କରିପାରିବେ।

ଭାରତରେ ଏବେ ୩୦୦୦ ଟ୍ରେନ୍ ଚଳାଚଳ କରୁଛି। ପ୍ରତି ଟ୍ରେନରେ ପ୍ରାୟ ୨୦ ଟି ଉପଯୋଗୀ ରୁମ୍ ରହିଛି। ଏହି ହିସାବରେ ଏଥିରେ ପ୍ରାୟ ୬୦ ହଜାର ରୋଗୀଙ୍କର ଚିକିତ୍ସା ହୋଇପାରିବ ବୋଲି ସେ ଆଇଡିଆ ଦେଇଛନ୍ତି। ଯଦୁ ଆଗାମୀ ଦିନରେ ହସ୍ପିଟାଲ ସଂଖ୍ୟା କମ୍ ପଡ଼େ ତେବେ ଏହି ଆଇଡିଆ ବେଶ୍ ଉପଯୋଗୀ ହେବ ବୋଲି ସେ କହିଛନ୍ତି।ବର୍ତ୍ତମାନ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଯଦି ଏଭଳି ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ହସ୍ପିଟାଲ ବେଡର ମଧ୍ୟ ଅଭାବ ପଡ଼ିବ। ତେଣୁ ଅମିତାଭ୍ ତାଙ୍କର ଏହି ଆଇଡିଆକୁ ଅନ୍ୟମାନଙ୍କ ସହ ସେଆର୍ କରିଛନ୍ତି।

Comment