ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସର ଉତ୍ପତି ହୋଇଥିବା ଚୀନର ଉହାନ ସହରରୁ ଏକ ଆଶ୍ଵସ୍ତିକର ଖବର ମିଳିଛି। ଗତ ୫ଦିନ ମଧ୍ୟରେ ଉହାନ ସହରରୁ କୌଣସି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଏହାସହ ସେଠାରେ ସ୍ଥିତି ଧିରେଧିରେ ସୁଧୁରିବାରେ ଲାଗିଛି।

ଉହାନ ସହରରୁ ଏପ୍ରିଲ ୮ତାରିଖରୁ ଲକ୍‌ଡାଉନ ଉଠାଇବାକୁ ଘୋଷଣା କରିଛନ୍ତି ଚୀନ ସରକାର। ଚୀନର ଅନ୍ୟ ସହରରୁ ମଧ୍ୟ ଶୀଘ୍ର ଲକ୍‌ଡାଉନ ଉଠାଇ ଦିଆଯାଇପାରେ ବୋଲି ସୂଚନା ମିଳିଛି।

corona-virus-test

ଗତ ବର୍ଷ ଡିସେମ୍ବର ମାସରେ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିଲା ମହାମାରୀ କରୋନା ଭାଇରସ। ଏଥିରେ ଚୀନରେ ୬୭ହଜାର ୮୦୧ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୧୬୦ଜଣଙ୍କ ମୃତ୍ୟୁ ହୋଇଛି।

ବୁଧବାର ଚୀନର ହୁଏଇ ସହରରୁ ଲକ୍‌ଡାଉନ ଉଠାଯାଇଛି। ଉହାନ ପରେ ହୁଏଇରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦୁଇ ସହରରୁ ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ତେବେ ପରିସ୍ଥିତିର ସୁଧାର ଆସିବା ଦେଖି ଚୀନ ସରକାର ଏବେ ଲକ୍‌ଡାଉନ ଉଠାଇଛନ୍ତି। ଜାନୁଆରୀ ୨୩ତାରିଖରୁ ଏହି ଦୁଇ ସହର ଲକ୍‌ଡାଉନ ରହିଥିଲା। ଫଳରେ ସଠାରେ ବସ, ଟ୍ରେନ ଓ ବିମାନ ଚଳାଚଳ ବନ୍ଦ ହୋଇ ରହିଥିଲା।

ବର୍ତ୍ତମାନ ସୁଦ୍ଧା ବିଶ୍ଵରେ ୩ଲକ୍ଷ ୮୦ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୧୬ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ହାର ୮୫ ପ୍ରତିଶତ ରହିଛି। ୩ଲକ୍ଷ ୮୦ହଜାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧ଲକ୍ଷ ୮ହଜାର କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତରେ ୫୧୨ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ କରୋନା ଆକ୍ରାନ୍ତଙ୍କୁ ନିକଟସ୍ତ ମେଡିକାଲର ଆଇସୋଲେସନ ଓ୍ଵାର୍ଡରେ ରଖାଯାଇଛି। ଏହାସହ ସମାଜିକ ଦୂରତା ରକ୍ଷା  କରିବା ପାଇଁ ସାରା ଦେଶକୁ ବୁଧବାରଠାରୁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କରୋନା ଭାଇରସ ପାଇଁ କୌଣସି ଚିକିତ୍ସା ବାହାରି ନାହିଁ। ତେବେ ସଚେତନ ରହିଲେ ଏହି ଭାଇରସକୁ ବ୍ୟାପିବାରୁ ରୋକା ଯାଇପାରିବ।

Comment