ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସବୁଠି ପଡ଼ିଛି କରୋନାର ପ୍ରଭାବ। ଜୀବନଶୈଳୀ ସହିତ ଦେଶ ଦୁନିଆରେ ହାଇଛି ଅନେକ ପରିବର୍ତ୍ତନ। ତେବେ ଆପଣ ଜାଣିଛନ୍ତି କି କରୋନା ପ୍ରଭାବରେ ଆମ ଦେଶରେ କ’ଣ ପରିବର୍ତ୍ତନ ହୋଇଛି?

ମ୍ୟାଲେରିଆ ଔଷଧ ରପ୍ତାନିକୁ ଭାରତ ନିଷେଧ କରିଛି।

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୬୦୦ ଅତିକ୍ରମ କରିଛି।

ଉତ୍ତରପ୍ରଦେଶରେ ଦିନ ପାଇଁ ପାନ-ମସାଲା ଉପରେ ପ୍ରତିବନ୍ଧକ ଲାଗିଛି|

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି।

କେତେକ ବିଭାଗ ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଏବଂ ପାରା-ମେଡିକାଲ କର୍ମଚାରୀଙ୍କୁ ୪ ମାସରୁ ଆଗୁଆ ଦରମା ଘୋଷଣା କରିଛନ୍ତି।

ଭିଡିଓ କନଫରେନ୍ସ ମାଧ୍ୟମରେ ଜରୁରୀ ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ବୟନ ଶିଳ୍ପ ମନ୍ତ୍ରଣାଳୟର ଜରୁରୀକାଳୀନ ନିୟନ୍ତ୍ରଣ କାର୍ଯ୍ୟାଳୟ ଏନ୍‌ ୯୫ମାସ୍କ ତିଆରି ଓଚ ଅନ୍ୟ ପୋଷାକ ଯୋଗାଣଟ ଉପରେ ନଜର ରଖିବ

ମୁମ୍ବାଇରେ ଖାଦ୍ୟ, ପନିପରିବା, ଖାଦ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ନିଷେଧାଦେଶରୁ ବାଦ ଦିଆଯାଇଛି। ଉପଯୁକ୍ତ ସତର୍କତା ସହିତ ସେସବୁର ହୋମ ଡେଲିଭରି କରାଯାଇପାରିବ।

ମାନବ ସମ୍ବଳ ମନ୍ତ୍ରଣାଳୟ କାର୍ଯ୍ୟାଳୟ ତିନି ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here