ଓଡ଼ିଶାଲାଇଭ କରୋନା ବ୍ୟୁରୋ

କରୋନା ପାଇଁ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ ହେବ ରମାନନ୍ଦ ସାଗରଙ୍କ ‘ରାମାୟଣ’। ଶନିବାରଠାରୁ ସକାଳ ୯ଟାରୁ ୧୦ଟା ଓ ରାତି ୯ଟାରୁ ୧୦ଟା ପ୍ରସାରିତ ହେବ ଏହି ଲୋକପ୍ରିୟ ସିରିଏଲ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଟୁଇଟ କରି ସୂଚନା ଦେଇଛନ୍ତି।

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ କରାଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହି ସମୟ ବିତାଉଛନ୍ତି। ଏହି ଭାଇରସ ପାଇଁ ମନୋରଞ୍ଜନ ଶିଳ୍ପ ପ୍ରଭାବିତ ହୋଇଛି। ଏବେ ନୂଆ ଫିଲ୍ମ ରିଲିଜ ହେଉନାହିଁ କି ଟିଭି ସିରିଏଲର ସୁଟିଂ କରାଯାଉନାହିଁ।

ଏଭଳି ପରିସ୍ଥିତିରେ ପ୍ରାୟ ସମସ୍ତ ଟିଭି ଚ୍ୟାନେଲ ସିରିଏଲର ରିପିଟ୍‌ ଟେଲିକଷ୍ଟ ଦେଖାଇବାକୁ ବାଧ୍ୟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୂରଦର୍ଶନ ‘ରାମାୟଣ’ ଓ ମହାଭାରତକୁ ରିପିଟ ଟେଲିକାଷ୍ଟ ପାଇଁ ନିଷ୍ପତ୍ତି ନେଇଛି।

Comment