ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ବିପକ୍ଷ ଯୁଦ୍ଧରେ ଜିତାପଟ ହାସଲ କରିଛନ୍ତି ହଲିଉଡ୍ ଅଭିନେତା ଟମ୍ ହ୍ୟାଙ୍କସ୍। ସାରା ବିଶ୍ୱ ଯେଉଁ କରୋନା ଭାଇରସ୍ ବିରୋଧରେ ଯୁଦ୍ଧ ଲଢୁଛି ତା’ ବିପକ୍ଷରେ ବିଜେତା ହୋଇଛନ୍ତି ଟମ୍।

କିଛି ଦିନ ତଳେ ଅଷ୍ଟ୍ରେଲିଆରେ ଏକ ଫିଲ୍ମ ସୁଟିଂ ବେଳେ ଟମ୍ ଓ ତାଙ୍କର ପତ୍ନୀ ରୀତା ୱିଲିସନ୍ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ସେ ସେଠାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଯେଉଁଥିରେ ସେ ଦୁହେଁ କରୋନା ପଜିଟିଭ୍ ଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ତାଙ୍କର ସୋସିଆଲ୍ ମିଡିଆରେ ଏକ ଫଟୋ ସେଆର୍ କରି ସୂଚନା ଦେଇଥିଲେ।ଏହାପରେ ଦୁହେଁ ପତି, ପତ୍ନୀ ଅଷ୍ଟ୍ରେଲିଆରେ ହିଁ  ନିଜର ଚିକିତ୍ସା ଆରମ୍ଭ କରିଦେଇଥିଲେ। ପ୍ରାୟ ଦୁଇ ସପ୍ତାହ ଚିକିତ୍ସିତ ହେବା ପରେ ଦୁହେଁ ଏବେ କରୋନା କବଳରୁ ସୁସ୍ଥ ହୋଇଛନ୍ତି।  ଚିକିତ୍ସା ସରିବା ପରେ ଦୁହେଁ ଏବେ ଆମେରିକା ଫେରିଆସିଛନ୍ତି। ମାର୍ଚ୍ଚ ୨୭ ତାରିଖରେ ଦୁହିଁଙ୍କୁ ଲସ୍ ଆଞ୍ଜେଲସରେ ଦେଖିବାକୁ ମିଳିଥିଲା। ଦୁହେଁ କରୋନା ଯୁଦ୍ଧରେ ବିଜୟୀ ହେବା ପରେ ଖୁସି ଥିବା  ନଜର ଆସିଛି।

ସାରା ବିଶ୍ୱ ଏବେ କରୋନା ସଙ୍କଟରୁ ମୁକ୍ତ ହୋଇପାରିନାହିଁ। ବିଶେଷକରି ଇଟାଲି, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଆଦି ଦେଶ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବାବେଳେ ମୃତକଙ୍କ ସଂଖ୍ୟା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

Comment