ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସର ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଚିକିତ୍ସା ସମ୍ଭବପର ହୋଇନାହିଁ। କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। ଏଥିପାଇଁ ଜାଣିରଖନ୍ତୁ, କରୋନାର ମୁକାବିଲା ପାଇଁ କ’ଣ କରିବେ ଓ କ’ଣ କରିବେ ନାହିଁ?

ଦିନକୁ ୫ ଥର ଅତିକମରେ ୨୦ ସେକେଣ୍ଡ ପାଇଁ ହାତ ଧୁଅନ୍ତୁ। ଆଲକହଲଯୁକ୍ତ ହ୍ୟାଣ୍ଡଓ୍ୱାସ, ସାନିଟାଇଜର ବା ସାବୁନ୍‌ରେ ହାତ ଧୁଅନ୍ତୁ। ରୋଷେଇ କରିବା ପୂର୍ବରୁ, ବାଥରୁମ୍‌ରୁ ଆସିବା ପରେ, ନାକ, ପାଟିରେ ହାତ ମାରିସାରିବା ପରେ ହାତ ଧୁଅନ୍ତୁ।

ଆପଣଙ୍କ ଆଖି, ନାକ ଏବଂ ପାଟିକୁ ଛୁଅଁନ୍ତୁ ନାହିଁ। ଯଦି ଆପଣ କୌଣସି ଜୀବାଣୁ ସଂସ୍ପର୍ଶରେ ଆସିଛନ୍ତି, ତେବେ ଆପଣଙ୍କ ମୁହଁକୁ ଛୁଇଁଲେ ଏହା ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ।

ଲକ୍ଷଣଗୁଡ଼ିକୁ ଜାଣନ୍ତୁ। ସାମନ୍ୟ ଫ୍ଲୁ ଭଳି ଲକ୍ଷଣ ଥାଏ, ହେଲେ ୧୪ ଦିନ ଯାଏଁ ବି ଜଣାପଡ଼ି ନଥାଏ। କରୋନା ହୋଇଥିଲେ ବେଳେ ବେଳେ ଫ୍ଲୁ ଭଳି ଲକ୍ଷଣ ଜଣାପଡ଼ି ନଥାଏ।

ଯଦି ସୁସ୍ଥ ଅଛନ୍ତି ମାସ୍କ ପିନ୍ଧନ୍ତୁ ନାହିଁ।

ଯଦି ଆପଣଙ୍କ ବୟସ ୬୦ ବର୍ଷରୁ ଅଧିକ,ତେବେ ଜନଗହଳି ସ୍ଥାନମାନଙ୍କରେ ରହନ୍ତୁ ନାହିଁ।

ସାମାଜିକ ଦୂରତାରେ ରହିବା ପାଇଁ ଚେଷ୍ଟା କର। ଲୋକଙ୍କଠାରୁ ୩ରୁ ୬ ଫିଟ୍‌ ଦୂରରେ ରୁହ।

କୋଭିଡ-୧୯ର ଲକ୍ଷଣ ବିଭିନ୍ନ ଲୋକଙ୍କଠାରେ ଭିନ୍ନ ଭିନ୍ନ। ଶରୀର ଅସୁସ୍ଥ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଡାକ୍ତରଙ୍କ ସହ ଫୋନ୍‌ରେ କଥା ହୁଅନ୍ତି ବା ଜାରି ହୋଇଥିବା ଏମରଜେନ୍ସି ନମ୍ବରରେ କଣ୍ଟାକ୍ଟ କରନ୍ତୁ।

ବାହାରକୁ ବାହାରନ୍ତୁ ନାହିଁ। ଯଦି ଯାଉଛନ୍ତି ପବ୍ଲିକ୍‌ ଟ୍ରାନ୍ସପୋର୍ଟ ଅଟୋ, ଟ୍ୟାକ୍ସି, କାର ଆଦିରେ ଯାଆନ୍ତୁ ନାହିଁ।

ଛିଙ୍କିଲା ବେଳେ ବ୍ୟବହାର କରିଥିବା ଟିସ୍ୟୁକୁ ଟଷ୍ଟବିନ୍‌ରେ ପକାନ୍ତୁ।

ଯଦି ଆପଣଙ୍କୁ କରୋନା ଭାଇରସ୍‌ ହୋଇଛି ବୋଲି ସନ୍ଦେହ କରୁଛନ୍ତି, ନିଜ ପରିବାର ଓ ଗୃହପାଳିତ ପଶୁଙ୍କଠାରୁ ଦୂରେଇ ରହନ୍ତୁ। ଏକାନ୍ତ ଘରେ ରହିବାକୁ ଚେଷ୍ଟା କରନ୍ତୁ।

ନିଜ ଘରକୁ ଭଲ ଭାବରେ ସଫା କରନ୍ତୁ। ବିଶେଷଜ୍ଞଙ୍କ ମତରେ କରୋନା ଭୂତାଣୁ ସରଫେସ୍‌ରେ କିଛି ସମୟ ଓ ଦିନ ପାଇଁ ରହିଥାଏ। ଏଥିରୁ ସୁରକ୍ଷିତ ରହିବା ପାଇଁ ନିଜ ଘରକୁ ଓ ଜିନିଷକୁ ସାବୁନ୍‌ ଓ ପାଣି ସହ ସଫା କରନ୍ତୁ।

ଗ୍ଲୋବ୍ସ ବ୍ୟବହାର କରନ୍ତୁ। ଜୀବାଣୁ ମାରିବା ପାଇଁ ଅଲ୍‌କହଲ୍‌ଯୁକ୍ତ ପ୍ରଡକ୍ଟର ବ୍ୟବହାର କରନ୍ତୁ।

ନିଜ ପୋଷାକ, ବେଡ୍‌ସିଟ୍‌, ଗାମୁଛାକୁ ଥରେ ବ୍ୟବହାର କରି ଧୋଇ ଦିଅନ୍ତୁ। ଏହାକୁ ଦୁଇଥର ବ୍ୟବହାର କରନ୍ତୁ ନାହିଁ।

Comment