ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକଡାଉନ୍‌ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। ଶ୍ରମିକମାନେ ଯେଉଁ ଘରେ ଭଡ଼ାରେ ରହୁଥିଲେ ସେମାନଙ୍କୁ ଗୋଟିଏ ମାସର ଘର ଭଡ଼ା ଛାଡ଼ କରିବାକୁ କେନ୍ଦ୍ର ସରକାର ମାଲିକମାନଙ୍କୁ ଅପିଲ କରିଛନ୍ତି।

ଏପଟେ ଯେଉଁ ରାଜ୍ୟରେ ଯେଉଁ ଶ୍ରମିକମାନେ ଅଛନ୍ତି ସେମାନଙ୍କ ରହିବା ଓ ଖାଇବା ଦାୟିତ୍ୱ ସଂପୃକ୍ତ ରାଜ୍ୟ ସରକାରମାନେ କରିବେ ବୋଲି ଗାଇଡଲାଇନ୍‌ ଜାରି କରିଛନ୍ତି।

ଶ୍ରମିକମାନେ ଯେଉଁ ସଂସ୍ଥାରେ କାମ କରୁଥିଲେ ସେମାନଙ୍କ ପାଉଣା ମାଲିକମାନେ ବନ୍ଦ କରିପାରିବେନି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ ଭାବେ କହିଛନ୍ତି। ସେମାନଙ୍କୁ ସେମାନଙ୍କ ପାଉଣା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଶ୍ରମିକ ଏବଂ ଛାତ୍ରମାନଙ୍କୁ ଘର ମାଲିକ ଏବେ ଘରୁ ବାହାର କରିପାରିବେ ନାହିଁ। ଯିଏ ଘରୁ ବାହାର କରିବ ଅଭିଯୋଗ ହେଲେ ସଂପୃକ୍ତ ଘର ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଂାନ ଗ୍ରହଣ କରିବେ ସରକାର।

ଲକଡାଉନ୍‌ ବେଳେ ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସଂସ୍ଥା ବନ୍ଦ ହୋଇଯିବାରୁ ଶ୍ରମିକମାନେ କାମ ପାଉ ନାହାନ୍ତି। ନିଜ ଘରକୁ ଫେରିବାକୁ ଚାହୁଁଥିଲେ ବି ସେମାନେ ଆସିପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି।

Comment