ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ବିଶ୍ୱରେ ନିଜର ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ। ମଙ୍ଗଳବାର ସୁଦ୍ଧା ସାରା ବିଶ୍ୱର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ସେହିଭଳି ଏଥିରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଛି।

ଶୁକ୍ରବାର ମିଳିଥିବା ସୂଚନା ଅନୁସାରେ ସାରା ବିଶ୍ୱରେ ବର୍ତ୍ତମାନ ୭ ଲକ୍ଷ ୨୩ ହଜାର ୭୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୧ ହଜାର ୮୨୪ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇଛନ୍ତି।

ଏଥିସହିତ ବର୍ତ୍ତମାନ ସାରା ବିଶ୍ୱରେ ୫ ଲକ୍ଷ ୩୭ ହଜାର ୮୯୨ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୧ ହଜାର ୧୭୪ ଜଣ ସାମାନ୍ୟ ଆକ୍ରାନ୍ତ ହୋଇଥିବାବେଳେ ୨୬ ହଜାରରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଅଛନ୍ତି।

ଅନ୍ୟପଟେ କରୋନା କାରଣୁ ମୋଟ ୩୪ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ମିଳିଛି।

Comment