ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦେଶ ଏବେ କରୋନା ମହାମାରୀ ସହ ଲଢ଼ୁଥିବାବେଳେ ଡାକ୍ତରମାନେ ନିରନ୍ତର ସେବା ଯୋଗାଉଛନ୍ତି। ଏପରିସ୍ଥଳେ ଦିଲ୍ଲୀର ଲୋକନାୟକ ହସ୍ପିଟାଲ ଏବଂ ଜିବି ପନ୍ତ ହସ୍ପିଟାଲରେ କାମ କରୁଥିବା ସବୁ ଡାକ୍ତରଙ୍କ ପାଇଁ ସରକାରଙ୍କ ପକ୍ଷରୁ ରହିବାର ବ୍ୟବସ୍ଥା କରାଯିବ। ସେଥିପାଇଁ ଦିଲ୍ଲୀ ସରକାର ହୋଟେଲ ଲଳିତରେ ପ୍ରାୟ ୧୦୦ଟି ରୁମ୍‌ ବୁକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ ଅନୁସାରେ ନିକଟରେ ଦିଲ୍ଲୀରେ କିଛି ରେସିଡେଣ୍ଟ ଡାକ୍ତରଙ୍କୁ ସେମାନଙ୍କର ଘର ମାଲିକ ଘର କିମ୍ବା ସୋସାଇଟିରେ ପ୍ରବେଶ କରାଇ ଦେଉନଥିବାର ଖବର ସାମ୍ନାକୁ ଆସିଥିଲା। ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବାରୁ, ସେମାନଙ୍କ ସଂସ୍ପର୍ଶରେ ଆସୁଥିବାରୁ କାଳେ ସେମାନେ କରୋନା ସଂକ୍ରମିତ କରିବେ ସେଥିନେଇ ଘର ମାଲିକମାନେ ଏଭଳି ଭୟ କରୁଥିଲେ।

ତେବେ ଦିଲ୍ଲୀ ସରକାର ଏବଂ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଏ ନେଇ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏଭଳି ଘର ମାଲିକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାରିମଧ୍ୟରେ ରାଜ୍ୟ ସରକାର ଡ୍ୟୁଟି କରୁଥିବା ଡାକ୍ତରଙ୍କ ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଦିଲ୍ଲୀ ପରି ଉତ୍ତରପ୍ରଦେଶରେ ମଧ୍ୟ ସରକାର ଡାକ୍ତରଙ୍କ ପାଇଁ ହୋଟେଲ ବୁକ୍ କରିଛନ୍ତି। ସେଠାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ କର୍ମଚାରୀଙ୍କୁ ରଖାଯିବ।

Comment