ଓଡ଼ିଶାଲାଇଭ୍‌ ବ୍ୟୁରୋ

ହଜ୍‌ ପାଇଁ ଲକ୍ଷ ଲକ୍ଷ ମୁସଲ୍‌ମାନ ସମ୍ପ୍ରଦାୟ ଯାଇଥା’ନ୍ତି ମକ୍କା ମଦିନା। ହେଲେ ମହାମାରୀ କରୋନା ପାଇଁ ବନ୍ଦ ହୋଇଯିବ କି ଏତର ହଜ୍‌ଯାତ୍ରା?

କୋଭିଡ୍‌-୧୯ ବା କରୋନା ଭାଇରସର କବଳରେ ସାରା ବିଶ୍ଵ। ଏହି ଭାଇରସ ସାଧାରଣ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି। କେବଳ ସାମାଜିକ ନୁହେଁ ଧାର୍ମିକ କାର୍ଯ୍ୟ ଉପରେ ବି ପ୍ରଭାବ ପକାଇଛି କରୋନା ଭାଇରସ୍‌। ଏହି କାରଣରୁ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଉଛି। ତେବେ ମହାମାରୀ କରୋନା ପାଇଁ ଏଥର ହଜ୍‌ଯାତ୍ରା ବନ୍ଦ ହେବ ନା ନାହିଁ , ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରତିବର୍ଷ ଲକ୍ଷ ଲକ୍ଷ ମୁସଲମାନ ହଜ୍‌ ପାଇଁ ମକ୍କା ମଦିନାରେ ଏକାଠି ହୁଅନ୍ତି। ପ୍ରତି ମୁସଲମାନମାନଙ୍କ ସ୍ଵପ୍ନ ଥାଏ ଜୀବନରେ ଥରୁଟିଏ ମକ୍କା ଯାଇ ହଜ୍‌ କରିବେ। ସେମାନଙ୍କ ବିଶ୍ୱାସ ଯେ ହଜ୍‌ ପାଇଁ ମକ୍କା ଯିବା ସମସ୍ତଙ୍କ ଭାଗ୍ୟରେ ନଥାଏ। ଅଲ୍ଲାଙ୍କର ଆଶୀର୍ବାଦ ଥିଲେ ଜଣେ ମକ୍କା ଯାଇପାରିବ। ସାଉଦିଆରବରେ ଥିବା ମକ୍କା ଯିବା ପାଇଁ ବହୁ ଆଗରୁ ଲୋକମାନେ ଆବେଦନ କରିଥା’ନ୍ତି।

୨୦୧୯ରେ ହଜ୍‌ ପାଇଁ ୨୦ ଲକ୍ଷରୁ ଅଧିକ ଲୋକ ମକ୍କାରେ ଏକାଠି ହୋଇଥିଲେ। ତେବେ ଏଥର କରୋନା ଯୋଗୁଁ ହଜ୍‌ ଯାତ୍ରା ଉପରେ ଖରାପ ପ୍ରଭାବ ପକାଇପାରେ। ମାର୍ଚ୍ଚ ଆରମ୍ଭରେ ମୁସଲମାନମାନଙ୍କର ଆଉ ଏକ ତୀର୍ଥଯାତ୍ରା ଉମ୍ରାକୁ ବନ୍ଦ କରିଥିଲେ ସରକାର।

ତେବେ ମହାମାରୀ ପାଇଁ ହଜ୍‌ ରୋକାଯିବା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟଜନକ ରହିବ। କାରଣ ୧୯୧୮ ମହାମାରୀ ସମୟରେ ହଜ୍‌ଯାତ୍ରାକୁ ବନ୍ଦ କରାଯାଇ ନଥିଲା। ୧୯୧୮ ମହାମାରୀ ସମୟରେ ସମଗ୍ର ବିଶ୍ଵରେ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ।

ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ସାଉଦି ଟ୍ରେଜେରୀରୁ ପ୍ରାୟ ୧୨ ବିଲିୟନ୍‌ ଡଲାର ରୋଜଗାର  ହୋଇଥାଏ।

ଅନ୍ୟପଟେ ରୋମ୍‌ରେ କ୍ୟାଥୋଲିକ ସପ୍ତାହରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଲୋକଙ୍କୁ ସେଣ୍ଟ ପିଟର୍ସ ସ୍କୋୟାରେ ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ ବୋଲି ରୋମ୍‌ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏହି କ୍ୟାଥୋଲିକ ଉତ୍ସବରେ ସମଗ୍ର ବିଶ୍ୱରୁ ହଜାର ହଜାର କ୍ୟାଥୋଲିକ ଏକତ୍ରିକ ହୁଅନ୍ତି।

ଏପଟେ କରୋନା ଭାଇରସ୍ କାରଣରୁ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ବନ୍ଦ କରିଦିଆଯାଇଛି।   ରଥଯାତ୍ରା ହେଲେ ଏହାକୁ ଦର୍ଶନ କରିବାକୁ ଅନେକ ଭକ୍ତଙ୍କ ସମାଗମ ହୋଇପାରେ। ଯାହା କରୋନା ଭାଇରସ ସଂକ୍ରମଣକୁ ବୃଦ୍ଧି କରିବ। ତେଣୁ କରୋନା ସଂକ୍ରମଣକୁ ରୋକିବାକୁ ଏଥର ରୁକୁଣା ରଥଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comment