ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ସୋମବାର ସୁଦ୍ଧା କ’ଣ ରହିଛି କରୋନା ଅପଡେଟ୍?

  • ରାଜ୍ୟର ସମସ୍ତ କରୋନା ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
  • ସ୍ୱତନ୍ତ୍ର କୋଭିଡ୍ -୧୯ ହସ୍ପିଟାଲରେ ଏହି ଚିକିତ୍ସା ମାଗଣାରେ କରାଯିବ।
  • ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ସ୍ଥିର।
  • ୩୭୦ଟି ନମୁନାରୁ କେବଳ ୩ ପଜିଟିଭ୍।
  • ଓଡ଼ିଶାରେ ୭୬ ଜଣ ଲୋକ ଆଇସୋଲେସନରେ ଅଛନ୍ତି।
  • ମୋଟ ୧୦,୨୧୭ ଜଣ ଲୋକ କରୋନା ପଞ୍ଜୀକରଣ କରିଛନ୍ତି।
  • ସେଥିମଧ୍ୟରୁ ବିଦେଶ ଫେରନ୍ତାଙ୍କ ସଂଖ୍ୟା ୪୨୯୧ ଜଣ।
  • ସାରା ବିଶ୍ୱରେ ୧୯୯ଟି ଦେଶକୁ ବ୍ୟାପିଛି କରୋନା ଭାଇରସ୍।
  • ୭ ଲକ୍ଷ ୨୪ ହଜାର ୭୫୯ ଲୋକ କରୋନା ଆକ୍ରାନ୍ତ।
  • କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪,୦୨୦କୁ ବୃଦ୍ଧି।
  • ଭାରତବର୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧ ଜଣ କରୋନା ଆକ୍ରାନ୍ତ।
  • ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯ ଛୁଇଁଲା।
  • କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତର ସ୍ଥାନ ୪୧।

ପ୍ରବାସୀ ଶ୍ରମିକଙ୍କ ସେବାରେ ରାଜ୍ୟ ସରକାର

  • ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ କଥା ବୁଝିଛନ୍ତି ରାଜ୍ୟ ସରକାର।
  • ୨୦ ହଜାର ଶ୍ରମିକଙ୍କ ପାଇଁ ରାଜ୍ୟରେ ୨୫୦ କ୍ୟାମ୍ପ ନିର୍ମାଣ।
  • କ୍ୟାମ୍ପରେ ରହିବା ଓ ଖାଇବା ମାଗଣାରେ ଯୋଗାଇ  ଦିଆଯାଉଛି।
  • ଅନ୍ୟ ରାଜ୍ୟର ଅଧିକାରୀଙ୍କ ସହ ମଧ୍ୟ ସମ୍ପର୍କରେ ଅଛନ୍ତି ରାଜ୍ୟ ସରକାର।
  • ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ୧୮୦୦-୩୪୫୬୭୦୩ ଜାରି।

ଲକଡାଉନ୍ ଭାଙ୍ଗିଲେ କେସ୍ କରୁଛି ପୋଲିସ୍

  • ଲକଡାଉନ୍ ସମ୍ବନ୍ଧରେ ସୂଚନା ଦେଇଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ଅଭୟ।
  • ରାଜ୍ୟର ୧୦ ପ୍ରତିଶତ ଲୋକ ଲକଡାଉନ୍ ନିୟମ ପାଳନ କରୁନାହାନ୍ତି।
  • ରାଜ୍ୟରେ ଏଥିପାଇଁ ୧୫୦୦ କେସ୍ ହୋଇଛି, ୧୪୦୦ ଜଣ ଗିରଫ ହୋଇଛନ୍ତି।
  • ଲକଡାଉନ୍ ସ୍ଥିତି ସମ୍ଭାଳିବା ପାଇଁ ୧୬୨ ପ୍ଲାଟୁନ୍ ଫୋର୍ସ, ୭ଶହରୁ ଅଧିକ ଇନସ୍ପେକ୍ଟର ନିଯୁକ୍ତ।
  • ଲକଡାଉନ୍ ନିୟମ ଭାଙ୍ଗିଲେ ପୋଲିସ୍ କେସ୍ ଫାଇଲ୍ କରିବ।

Comment